ଲୋୟର ପିଏମଜିରେ ସ୍ଥିତି ନିୟନ୍ତ୍ରଣ ବେଳେ ୧୨ ପୋଲିସ ଆହତ, ଡିସିପିଙ୍କ ସୂଚନା

୧୨ ଜଣ ପୋଲିସ ଆହତ: ଡିସିପି

ଭୁବନେଶ୍ୱର: ନାରୀ ସୁରକ୍ଷାକୁ ନେଇ ଆଜି ଲୋୟର ପିଏମଜିରେ କଂଗ୍ରେସର ବିକ୍ଷୋଭ ଜାରି ରହିଛି। ତେବେ ଏହାରି ମଧ୍ୟରେ ସ୍ଥିତି ନିୟନ୍ତ୍ରଣ କରୁଥିବା ପୋଲିସଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି।

ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସିସିଟିଭି ଯାଞ୍ଚ ଚାଲିଛି।

ଟେକା ପଥର ମାଡ଼: ପୋଲିସ ଉପରକୁ ଟେକା ପଥର ପିଙ୍ଗିଲେ କଂଗ୍ରେସ କର୍ମୀ। ଅଣ୍ଡା. ଟମାଟୋ, ପଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା ଚାଲିଛି। ଏଥିସହ ପୋଲିସକୁ ଚେୟାର ପିଙ୍ଗିଛନ୍ତି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ।

ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ କଲେ ଗଣମାଧ୍ୟମ ପ୍ରତିନିଧି। ଏଥିପାଇଁ ଗୋଡ଼ାଇ ଗୋଡ଼ାଇ ପୋଲିସ ଉତ୍ତ୍ୟକ୍ତ କର୍ମୀଙ୍କୁ ପିଟିଛନ୍ତି।