fbpx

(Video) ୧୨ ବର୍ଷୀୟ ବାଳିକା ସମେତ ୭ ଜଣଙ୍କୁ ଗୁଳିକରି ହତ୍ୟା: ଗେମରେ ହାରିବା ପରେ ଖେଳାଳିଙ୍କୁ ପରିହାସ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅନେକ ସମୟରେ ସାମାନ୍ୟ କଥାରୁ ବଡ଼ ଅଘଟଣ ଦେଖିବାକୁ ମିଳିଥାଏ । ଏପରିକି କିଛି ଲୋକ ଛୋଟ ପରିହାସକୁ ସହ୍ୟ କରି ନପାରି ହତ୍ୟା କରିବାକୁ ପଛାଇ ନଥାନ୍ତି । ନିକଟରେ ବ୍ରାଜିଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ଜଣେ ୧୨ ବର୍ଷୀୟ ବାଳିକା ସମେତ ୭ ଜଣଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଜଣାପଡ଼ିଛି ଯେ, ଖେଳରେ ହାରିବା ପରେ କିଛି ବ୍ୟକ୍ତି ଉକ୍ତ ଖେଳାଳିଙ୍କୁ ପରିହାସ କରିଥିଲେ । ଏହାପରେ ଦୁଇଜଣ ଖେଳାଳି ବନ୍ଧୁକ ଧରି ଯାଇଥିଲେ । ସେମାନେ ବ୍ରାଜିଲର ପୁଲ ହଲରେ ଜଣେ ୧୨ ବର୍ଷୀୟ ବାଳିକା ସମେତ ୭ ଜଣଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ । ଗତ ୨୧ ତାରିଖରେ ଖେଳାଳିମାନେ ମାଟୋ ଗ୍ରୋସୋ ରାଜ୍ୟର ସିନୋପ ସିଟିରେ କ୍ରମାଗତ ଭାବେ ଦୁଇଟି ଗେମରେ ହାରି ଯାଇଥିଲେ । ମାତ୍ର ଏହି ସମୟରେ ଅନ୍ୟ ଖେଳାଳିମାନେ ସେମାନଙ୍କ ଆଡ଼କୁ ଆକ୍ଷେପ କରି ହସିଥିଲେ । ଏହି କଥାକୁ ପରାଜିତ ଖେଳାଳିମାନେ ସହ୍ୟ କରିପାରିନଥିବା ଏକ ରିପୋର୍ଟରେ କୁହାଯାଇଛି ।

ଏହି ହୃଦୟ ବିଦାରକ ଫୁଟେଜରୁ ଦେଖାଯାଉଛି, ଜଣେ ବ୍ୟକ୍ତି ପୀଡ଼ିତଙ୍କୁ କାନ୍ଥ ନିକଟରେ ଛିଡ଼ା କରାଉଛନ୍ତି । ଏଥିସହିତ ସେ ଗୁଳି କରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଥିଲା । ସେହିପରି ଅନ୍ୟ ବ୍ୟକ୍ତି ଜଣଙ୍କର ଟ୍ରକରୁ ବନ୍ଧୁକ ନେଇ ଆସୁଥିବା ଦେଖାଯାଇଥିଲା । ଯେଉଁ ଲୋକମାନେ ଦ୍ୱିପ୍ରହର ସମୟରେ ପୁଲ ଖେଳିବାର ମଜା ଉଠାଉଥିଲେ କିଛି ସେକେଣ୍ଡ ମଧ୍ୟରେ ସେମାନଙ୍କର ମୃତଦେହ ଭୂଇଁରେ ପଡ଼ିରହିଥିଲା । ବନ୍ଧୁକଧାରୀମାନେ ନରସଂହାର ଘଟାଇଥିବା ବେଳେ ଜଣେ ମହିଳା ତାଙ୍କ ନିଜ ବାହୁ ଧରିଥିବା ଦେଖାଯାଇଥିଲା । ତେଣୁ ଅଳ୍ପ କେତେଜଣ ଜୀବିତ ଥିବା କୁହାଯାଉଛି । ଶେଷରେ ହତ୍ୟାକାରୀମାନେ ପୁଲ ଟେବୁଲ ଉପରୁ କିଛି ନଗଦ ଟଙ୍କା ଓ ମହିଳାଙ୍କ ପର୍ସ ଧରି ଘଟଣାସ୍ଥଳରୁ ପଳାୟନ କରିଥିଲେ ।

Get real time updates directly on you device, subscribe now.