fbpx

ଯୁକ୍ତ ୩ରେ ବଢିଲା ୧୨ ହଜାର ସିଟ୍, ଖୋଲିଲା ୧୩ଟି ନୂଆ କଲେଜ

ଭୁବନେଶ୍ୱର: ଗତବର୍ଷ ତୁଳନାରେ ଯୁକ୍ତ ୩ରେ ଚଳିତ ବର୍ଷ ୧୨ ହଜାର ସିଟ୍ ବୃଦ୍ଧି କରାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ୧୦୨୩ଟି ସିଟ୍ ବୃଦ୍ଧି ପାଇ ୨ ଲକ୍ଷ ୫୫ ହଜାର ୯୧୬ଟି ସଟରେ ନାମ ଲେଖାହୋଇଥିଲା । ୨୦୨୩-୨୪ ଶିକ୍ଷାବର୍ଷରେ ଆନ୍ୟ ୧୩ଟି ନୂଆ କଲେଜକୁ ଅନ୍ତର୍ଭୁକ୍ତ କରାଯିବା ସହ ୧୨ ହଜାର ୬୬୫ ସିଟରେ ନାମ ଲେଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖାଯାଇ ଯୁକ୍ତ ୩ ସିଟ୍ ସଂଖ୍ୟା ବଢାଯାଇଛି । ଏଥର କଳା ବିଭାଗର ୧ ଲକ୍ଷ ୫୦ ହଜାର ୭୫୮ ସିଟରେ ନାମ ଲେଖା ହେବ । ସେହିପରି ଫିଜିକାଲ ସାଇନ୍ସରେ ୨୮ ହଜାର ୫୮୮, ବାଣିଜ୍ୟରେ ୩୨ ହଜାର ୧୨୪, ସେଲ୍ଫ ଫାଇନାନ୍ସିଂରେ ୨,୦୮୬ ଓ ସଂସ୍କୃତରେ .୧୪୮ ସିଟ୍ ରହିଛି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ୨୩ ହଜାର ୨୫୬ ସିଟରେ ନାମ ଲେଖା ହେବାକୁ ଥିବା ବେଳେ, କଟକ ଜିଲ୍ଲାରେ ୨୧ ହଜାର ୧୯୪, ଖୋର୍ଦ୍ଧାର ୨୧ ହଜାର ୧୯୩, ବାଲେଶ୍ୱରରେ ୧୫ ହଜାର ୮୮୮, ପୁରୀରେ ୧୫ ହଜାର ୬୦ ସିଟ୍ ରହିଛି । ଏହାବ୍ୟତୀତ ବର୍ତ୍ତମାନ ଛାତ୍ରଛାତ୍ରୀ କଟଅଫ୍ ମାର୍କ ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.