fbpx

ମାର୍ଚ୍ଚରେ ହୋଇପାରେ ଦ୍ୱାଦଶ ବୋର୍ଡ ପରୀକ୍ଷା

ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ସମ୍ବଳିତ ଚିଠି । ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ୩ୟ ତ୍ରୈମାସିକ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ । ତ୍ରୈମାସିକ ପରୀକ୍ଷା ସାରି ପିଲାଙ୍କ ମାର୍କ ରେକର୍ଡ କରି ରଖିବାକୁ ନିର୍ଦ୍ଦେଶ । ଖୁବ୍ ଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯିବ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେହି ଲିଙ୍କରେ ମାର୍କ ଅପଲୋଡ୍ କରିବେ । ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ହୋଇ ନପାରିଲେ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ପରୀକ୍ଷା କରାଯିବ । ବିକଳ୍ପ ବ୍ୟବସ୍ଥା ସ୍ୱରୂପ ତ୍ରୈମାସିକ ପରୀକ୍ଷା ଆଧାରରେ ରେକଲ୍ଟ ପ୍ରକାଶ ପାଇବ ।

ସୂଚନା ଯୋଗ୍ୟ, ଗତବର୍ଷ କୋଭିଡ-୧୯ କାରଣରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରାଯାଇଥିଲା ଏବଂ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ପ୍ରଦାନ କରାଯାଇଥିଲା । ତେବେ ସଂପ୍ରତି କରୋନା ଭାଇରସର ପ୍ରକୋପ କମିଥିଲେ ବି ଏବେ ନୂତନ ଭାରିଆଣ୍ଟ ଚିନ୍ତା ବଢ଼ାଇଛି । ଯାହକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ବୋର୍ଡ ।

Get real time updates directly on you device, subscribe now.