fbpx

୧୩ ଟଙ୍କିଆ ଷ୍ଟକ ପହଞ୍ଚିଲା ୧୧୦ ଟଙ୍କାରେ: ୭୪୦ ପ୍ରତିଶତ ବୃଦ୍ଧି, ନିବେଶକଙ୍କୁ ମିଳିଲା ବମ୍ପର ରିଟର୍ଣ୍ଣ

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଷ୍ଟକ ମାର୍କେଟରେ ଏପରି କିଛି ହଲଚଲ ହୋଇଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଅନେକ ସମୟରେ ଗୋଟିଏ ଦିନରେ ଗୋଟିଏ ଷ୍ଟକର ଭାଲ୍ୟୁ ଏତେ ବଢ଼ିଯାଇଥାଏ ଯେ, ଜଣେ ରାତାରାତି କୋଟିପତି ପାଲଟି ଯାଇଥାଏ । ସେହିପରି ଅନେକ ସମୟରେ ଗୋଟିଏ ଦିନରେ ଷ୍ଟକ୍ ଭାଲ୍ୟୁ ହ୍ରାସ ଘଟିବା କାରଣରୁ ଅନେକ କମ୍ପାନୀ କୋଟି କୋଟି ଟଙ୍କା ମଧ୍ୟ ହରାଇବାକୁ ବାଧ୍ୟ ହୋଇଥାନ୍ତି ।

ତେବେ ଆଜି ଷ୍ଟକ ମାର୍କେଟରେ କିଲବର୍ନ ଇଞ୍ଜିନିୟରିଂ ଲିମିଟେଡର ଶେୟାର ନିଜର ନିବେଶକଙ୍କୁ ଜୋରଦାର ରିଟର୍ଣ୍ଣ ଦେଇଛି । ଫଳରେ ଗତ ତିନି ବର୍ଷରେ ଏହି ଶେୟାରରେ ପାଖାପାଖି ୭୪୦ ପ୍ରତିଶତ ଶେୟାର ବୃଦ୍ଧି ପାଇଛି । ଏହି ମାଇକ୍ରୋକ୍ୟାପ ଷ୍ଟକ ଗତ ୨୦୨୦ ମସିହା ମେ ମାସ ୪ ତାରିଖରେ ୧୩.୧୨ ଟଙ୍କାରେ ଟ୍ରେଡ କରିଥିଲା । ମାତ୍ର ଗତ ୫ ତାରିଖରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ଏହି ଷ୍ଟକ ୧୧୦.୫୦ ଉଚ୍ଚସ୍ତରରେ ପହଞ୍ଚିଥିଲା । ଏହି ଅବଧି ମଧ୍ୟରେ ଷ୍ଟକରେ ଅବିଶ୍ୱସନୀୟ ବୃଦ୍ଧି ଦେଖିବାକୁ ମିଳିଥିଲା ।

ଗତ ତିନି ବର୍ଷ ମଧ୍ୟରେ କିଲବର୍ନ ଇଞ୍ଜିନିୟରିଂ ଷ୍ଟକ ନିଜର ନିବେଶକଙ୍କୁ ୧ ଲକ୍ଷ ଟଙ୍କାର ନିବେଶରେ ୮.୪୨ ଲକ୍ଷ ଟଙ୍କା ପ୍ରଦାନ କରିଛି । ଗତବର୍ଷ ଜୁନ ମାସ ୨୧ ତାରିଖରେ ଏହି ଷ୍ଟକ ସର୍ବନିମ୍ନ ସ୍ତର ୩୦.୫୦ ଟଙ୍କାରେ ପହଞ୍ଚିଥିଲା । ଚଳିତ ବର୍ଷ ଏହି ଷ୍ଟକରେ ୩୨.୭ ପ୍ରତିଶତ ବୃଦ୍ଧି ଘଟିଛି । କିଲବର୍ନ ଇଞ୍ଜିନିୟରିଂ କାର୍ବନ ବ୍ଲାକ, ଷ୍ଟିଲ, ପରମାଣୁ ଉର୍ଜା, ପେଟ୍ରୋକେମିକାଲସ ଓ ଫୁଡ ପ୍ରୋସେସିଂ ସହିତ ଅନ୍ୟ କିଛି ଉଦ୍ୟୋଗିକ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଉପକରଣର ମାନୁଫାକଚରିଂ କରୁଛି ।

Get real time updates directly on you device, subscribe now.