fbpx

ପୁଣି କୁହୁଳୁଛି କରୋନା ବିପଦ: ୨୪ ଘଣ୍ଟାରେ ୧୩,୨୧୬ ପଜିଟିଭ ଚିହ୍ନଟ, ଚାଲିଗଲା ୨୩ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଗତକାଲିଠାରୁ ସଂକ୍ରମଣ ହାର ୨.୯% ବୃଦ୍ଧି ପାଇ ଆଜି ୧୩ ହଜାର ଅତିକ୍ରମ କରିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୨୧୬ କରୋନା ପଜିଟି ଚିହ୍ନଟ ହୋଇଛନ୍ତି । ଏହା ସହ ୨୩ ଜଣଙ୍କର ମୃତ୍ୟୁ ଘଟିଛି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୩,୨୧୬ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୮୩,୭୯୩ ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ ମୃତ୍ୟୁସଂଖ୍ୟା ୫,୨୪,୮୪୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୮୧୪୮ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ମୋଟ ୪,୨୬,୯୦୮,୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନା ମୁତାବକ, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୮୧୦୮ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୬,୦୦,୪୨,୭୬୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

Get real time updates directly on you device, subscribe now.