fbpx

Odisha Staff Selection Commission ପକ୍ଷରୁ ବାହାରିଲା ୧୩୯୦ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୩୯୦ଟି ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । କମ୍ବାଇନଡ୍ ପୋଷ୍ଟ ଗ୍ରାଜୁଏଟ ଲେବଲ (ସିଜିଏଲ) (ଗ୍ରୁପ-ବି ସହିତ ସ୍ପେଶାଲିଷ୍ଟ ପୋଷ୍ଟ)ରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୨୦ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୯ ତାରିଖରେ ସମାପ୍ତ ହେବ । ଆସନ୍ତା ବର୍ଷ ଫେବୃଆରୀ / ମାର୍ଚ୍ଚ ମାସରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବାର ସମ୍ଭାବନା ରହିଛି । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ନିର୍ଦ୍ଧାରଣ କରାଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକତା ଅନୁଯାୟୀ ପୋଷ୍ଟ ଗ୍ରାଜୁଏଟ ଓ ପିଏଚ.ଡି ହୋଇଥିବା ଆବଶ୍ୟକ । ଜିଲ୍ଲା ସାଂସ୍କୃତିକ ଅଫିସର ପାଇଁ ୩ଟି ଓ ଟିଚର ଏଜୁକେଟର ପାଇଁ ୧୨୦ଟି ପଦବୀ ରହିଛି । ଶିକ୍ଷାଗତ ଯୋଗ୍ୟତା, ଦରମା, ନିୟମାବଳୀ ବିଷୟରେ ଜାଣିବା ପାଇଁ ବିଜ୍ଞପ୍ତି ଦେଖିପାରିବେ । ପୂର୍ବରୁ ସିଜିଏଲ (ଗ୍ରୁପ-ବି ଓ ସି) ପାଇଁ ୧୨୬୭ଟି ପଦବୀ ବାହାରିଥିବା ବେଳେ ତାହାର ଅନ୍ତିମ ତାରିଖ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏପରି ଭାବେ ମୋଟ ୧୩୯୦ଟି ପଦବୀ ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available on 20.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-OSSC-Combined-Post-Graduate-Level-Exam-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.ossc.gov.in/

Get real time updates directly on you device, subscribe now.