fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: SDCରେ ସାମିଲ ହେଲା ଆଉ ୧୪ ଜିଲ୍ଲା

ଭୁବନେଶ୍ୱର: ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ରେ ସାମିଲ ହୋଇଛି ଆଉ ୧୪ ଜିଲ୍ଲା । ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ୨୦୧୮ରେ ୯ଟି ଜିଲ୍ଲାର ୬୦ ଲକ୍ଷ ଲୋକ ସାମିଲ ହୋଇଥିଲେ । ଆଜିଠାରୁ ଆଉ ୧୪ ଜିଲ୍ଲା ସାମିଲ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ଯେଉଁ ୧୪ଟି ଜିଲ୍ଲା ଏସଡିସିରେ ସାମିଲ ହୋଇଛି ସେଗୁଡ଼ିକ ହେଉଛି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ସମ୍ବଲପୁର ଜିଲ୍ଲା । ଏଣିକି ଏଡିସିରେ ୧୭୨ଟି ବ୍ଲକର ୮୦ ଲକ୍ଷ ଲୋକ ଉପକୃତ ହେବେ । ଆଦିବାସୀ କଳା ସଂସ୍କୃତିର ବିକାଶ ପାଇଁ ୨୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ । ଜଗନ୍ନାଥ ସଂସ୍କୃତି ସହ ଜନଜାତିର ସଂପୃକ୍ତି ରହିଛି । ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଭୂମିକା ସ୍ୱତନ୍ତ୍ର । ୨୦୧୮ରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ କାମ କରୁଥିଲା । ଏବେ ଆଉ ୧୪ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲେ । ଆଦିବାସୀଙ୍କ ବିକାଶ ପାଇଁ ୨୨୩ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ୨୦୨୩-୨୪ରେ ୨୨୩ କୋଟି ଖର୍ଚ୍ଚ କରିବେ ସରକାର । ଏହା ଦ୍ୱାରା ୮୦ ଲକ୍ଷରୁ ଅଧିକ ଜନଜାତି ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.