fbpx

ବୃକ୍ଷରେ ଆବିର୍ଭାବ ହେଲେ ପ୍ରଭୁ ଯୀଶୁ! ୪୦ ବର୍ଷ ପରେ ପ୍ରଥମ ଘଟଣା, ତାଜୁବ୍ ହୋଇଗଲେ ୧୬ ବର୍ଷୀୟ ଯୁବକ

Advertisement

ନୂଆଦିଲ୍ଲୀ: ଅନେକ ସମୟରେ ଈଶ୍ୱରଙ୍କୁ ନେଇ ଆମ ସମାଜରେ କିଛି ନୂଆ ଘଟଣା ଘଟିଥାଏ । କେବେ କାନ୍ଥବାଡ଼ରେ ତ ଆଉ କେବେ ଜଙ୍ଗଲ ମଧ୍ୟରେ ସ୍ୱୟଂ ଭଗବାନ ପୁନର୍ଜନ୍ମ ଲାଭ କରିଥିବା ନେଇ ଚର୍ଚ୍ଚା ହୋଇଥାଏ । ଆଜିକାଲି ଏକଥାକୁ ଅନେକ ଲୋକ ବିଶ୍ୱାସ କରୁ ନଥିଲେ ହେଁ ବେଳେବେଳେ ଏପରି କିଛି ଘଟଣା ସାରା ଜନମାନସକୁ ଐଶ୍ୱରିକ ଶକ୍ତିର ବିଶ୍ୱସନୀୟତା ଆଡ଼କୁ ଟାଣି ନେଇଥାଏ । ତେବେ ନିକଟରେ ପ୍ରଭୁ ଯୀଶୁଙ୍କୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଜଣେ ୧୬ ବର୍ଷୀୟ ଯୁବକ କଲମ ଜନସନ ଏକ ଗଛ କାଟୁଥିବା ସମୟରେ ହଠାତ୍ ପ୍ରଭୁ ଯୀଶୁଙ୍କ ଚେହେରା ସେ ଦେଖିବାକୁ ପାଇଥିଲେ । ଏହାପରେ ଉକ୍ତ ଯୁବକ ଜଣଙ୍କର ଚକିତ ହୋଇଯାଇଥିଲେ । ଏକ ୧୩ ଫୁଟ ବିଶିଷ୍ଟ ବୃକ୍ଷକୁ କାଟୁଥିବା ସମୟରେ ହଠାତ୍ ଏପରି ଘଟଣା ଘଟିଥିଲା । ବ୍ରିଟେନର ଅକ୍ଟଫୋର୍ଡଶାୟରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ତେବେ ଲୋକମାନେ ଗତ ୪୦ ବର୍ଷ ଧରି ଗଛ କାଟିବା କାମ କରୁଥିଲେ ହେଁ ଏହା ପ୍ରଥମ ଥର ଦେଖିଥିବା କହିଛନ୍ତି । ଗଛର ଶାଖା କାଟିବା ସମୟରେ ଯୀଶୁଙ୍କ ଆକୃତିର ଏକ ଚେହେରା ସେମାନେ ଦେଖିଥିଲେ । ଉକ୍ତ ଚେହେରାରେ ଯୀଶୁଙ୍କ ଆଖି ଓ ଦାଢ଼ି ସ୍ପଷ୍ଟ ଭାବେ ଦେଖାଯାଇଥିଲା । ତେବେ ସେ ଧାର୍ମିକ ହୋଇନଥିଲେ ହେଁ ଏବେ ଧାର୍ମିକ ହେବା ନେଇ ବିଚାର କରିବେ ବୋଲି କଲମ କହିଛନ୍ତି । ଏଥିସହିତ ଉକ୍ତ ଅଞ୍ଚଳଟି ଏବେ ଧାର୍ମିକ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଥିବା ସେ ପୂର୍ବାନୁମାନ କରିଛନ୍ତି । ଏହା ପୂର୍ବରୁ ଗତ ୨୦୨୦ରେ ବ୍ରିଟେନର ଡର୍ବିଶାୟରରେ ଜଣେ ୩୭ ବର୍ଷୀୟ ତାଙ୍କ ହାତରେ ଯୀଶୁଙ୍କ ଚେହେରା ଦେଖିଥିବା କହିଥିଲେ । ଗତ ବର୍ଷ ମଧ୍ୟ ଏସେକ୍ସର ଜଣେ ବାସିନ୍ଦା ଯୀଶୁଙ୍କ ଛବି ଦେଖିଥିବା ଦାବି କରିଥିଲେ ।

Get real time updates directly on you device, subscribe now.