fbpx

ଜମି ପାଇଁ ଦୁଇ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ: ଦୁଇଦିନରେ ଚାଲିଗଲା ୧୭୦ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ଜମି ବିବାଦ କାରଣରୁ ଚାଲିଯାଇଛି ୧୭୦ ଜଣଙ୍କ ଜୀବନ । ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ଧରଣର ସଂଘର୍ଷ ଘଟି ମାତ୍ର ଦୁଇ ଦିନ ମଧ୍ୟରେ ଏତେସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ସୁଦାନର ଦକ୍ଷିଣ ପ୍ରାନ୍ତର ବ୍ଲୁ ନାଇଲରେ ଦେଖିବାକୁ ମିଳିଛି ଏହି ଭୟଙ୍କର ରକ୍ତାକ୍ତ ଘଟଣା । ଗତ ଦୁଇ ମାସ ହେଲା ବ୍ଲୁ ନାଇଲରେ ଜାତୀୟ ହିଂସା ଦେଖିବାକୁ ମିଳିଛି । ଅକ୍ଟୋବର ପ୍ରାରମ୍ଭରେ ଆଦିବାସୀଙ୍କ ସଂଘର୍ଷରେ ୧୪୯ ଜଣ ମୃତ୍ୟୁବରଣ କରିଥିଲେ । ଗତ ସପ୍ତାହରେ ମଧ୍ୟ ସଂଘର୍ଷ ଘଟି ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ଗତ ବୁଧବାର ଦିନ ବିବାଦର ସୂତ୍ରପାତ ହୋଇଥିବା ବେଳେ ବର୍ତ୍ତମାନ ଲଢ଼େଇ ଜାରି ରହିଛି । ସଂଘର୍ଷକୁ କମ୍ କରିବା ପାଇଁ ଉକ୍ତ ଅଞ୍ଚଳରେ ଯବାନଙ୍କୁ ମୁତୟନ କରାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି । ଦକ୍ଷିଣ ପ୍ରାନ୍ତ ଦେଶର ଏକ ଉପେକ୍ଷିତ ଅଞ୍ଚଳ ଭାବେ ପରିଗଣିତ ହୋଇଥାଏ । ଭୂମି ବିବାଦ କାରଣରୁ ଏହି ବଡ଼ଧରଣର ସଂଘର୍ଷର ସୂତ୍ରପାତ ହୋଇଥିଲା । ପଶ୍ଚିମ ଆଫ୍ରିକାର ହୋସା ଜନଜାତି ଓ ବର୍ଟା ଲୋକଙ୍କ ମଧ୍ୟରେ ଏହି ଲଢ଼େଇ ହୋଇଥିଲା ।

ହିଂସା କାରଣରୁ ଗତ ସପ୍ତାହରେ ୧୨ ଶହ ଲୋକ ପଳାୟନ କରିଥିଲେ । ବ୍ଲୁ ନାଇଲରେ ସୁରକ୍ଷା ବିପନ୍ନ ହୋଇଥିବା ନେଇ ଜମି ସମର୍ଥକମାନେ ଦେଶର ସେନା ଶାସକଙ୍କ ଉପରେ ଦୋଷ ଲଦିଥିଲେ । ପ୍ରାନ୍ତୀୟ ଜାତୀୟ ସମ୍ପ୍ରଦାୟକଙ୍କର ସୁରକ୍ଷା କରାଯାଉନଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପଶ୍ଚିମ କୋର୍ଡୋଫନ ରାଜ୍ୟପାଳ ସହର ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲେଚାନା କରିଥିଲେ । ହିଂସା କାରଣରୁ ପଶ୍ଚିମ କୋର୍ଡୋଫୋନରେ ପାଖାପାଖି ୩୬,୫୦୦ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି ।

Get real time updates directly on you device, subscribe now.