fbpx

ବନ୍ଦ ହେଲା ୧୮ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ମେଟା ଦ୍ୱାରା ପରିଚାଳିତ ହ୍ୱାଟ୍ସଆପ୍ ପକ୍ଷରୁ ମାର୍ଚ୍ଚ ମାସରେ ପ୍ରାୟ ୧୮ ଲକ୍ଷ ଭାରତୀୟ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ଏହା ପୂର୍ବରୁ ଫେବୃୟାରୀ ମାସରେ ୧୪ ଲକ୍ଷ ଆକାଉଣ୍ଟକୁ ବନ୍ଦ କରିଥିଲା ଫେସବୁକ୍ । ୫୯୭ଟି ଅଭିଯୋଗ ଦାଖଲ କରାଯାଇଥିବା ବେଳେ ୭୪ଟି ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ ଅନୁରୋଧ ଦାଖଲ କରାଯାଇଥିଲା । ମାର୍ଚ୍ଚ ମାସ ପାଇଁ ୧୮ ଲକ୍ଷ ୫ହଜାର ଭାରତୀୟଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଛି । ମାର୍ଚ୍ଚ୧ରୁ ୩୧ ତାରିଖ ମଧ୍ୟରେ ଏହି ଆକାଉଣ୍ଟ ଗୁଡିକ ବ୍ଲକ୍ କରାଯାଇଥିବା ନେଇ ମେଟା ନିଜ ରିପୋର୍ଟରେ ଉଲ୍ଲେଖ କରିଛି । ଚଳିତ ମାସରେ ସମୁଦାୟ ୨ ଲକ୍ଷ ୧୧ ହଜାର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ହ୍ୱାଟ୍ସଆପ୍ ପକ୍ଷରୁ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ଅନୁଯାୟୀ ହ୍ୱାଟ୍ସଆପ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ବ୍ୟାନ କରାଯାଇଥିବା ଆକାଉଣ୍ଟ ମଧ୍ୟରୁ ୯୫ ପ୍ରତିଶତ ଆକାଉଣ୍ଟକୁ ଅନଧିକାର ଭାବରେ ଅଧିକ ମେସେଜ୍ ପଠାଇବା କାରଣରୁ ବନ୍ଦ କରାଯାଇଛି । ଏହାକୁ ସ୍ପାମ ଭାବରେ ଅଭିହିତ କରାଯିବା ପରେ ହ୍ୱାଟ୍ସଆପ୍ ଏହି ପଦକ୍ଷେପ ଗ୍ରହଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ମାସକୁ ସମଗ୍ର ବିଶ୍ୱରେ ୮୦ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ ବନ୍ଦ ଅଥବା ଅଚଳ କରାଯାଇଥାଏ । ଏହି ସମୟରେ ଆକାଉଣ୍ଟ ସହାୟତା ପାଇଁ ୭୦ଟି ଅନୁରୋଧ ଆସିଥିବା ବଳେ, ୨୦୪ଟି ବ୍ୟାନ୍ ଅପିଲ୍ ଆସିଥିଲା ।

ଫେବୃୟାରୀ ମାସରେ ଅଭିଯୋଗର ତଦନ୍ତ ପରେ ୬୩ଟି ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । ବିଗତ ଦିନରେ ହ୍ୱାଟ୍ସଆପର ମୂଳ କମ୍ପାନୀ ଫେସବୁକ ପକ୍ଷରୁ ଏହାର ପ୍ରଥମ ମାସିକ ରିପୋର୍ଟ ଦାଖଲ କରାଯାଇଥିଲା । ଏହା ସହିତ ଆସନ୍ତା ୩୦-୪୫ ଦିନ ମଧ୍ୟରେ ହ୍ୱାଟ୍ସଆପ ନିଜର ସ୍ୱତନ୍ତ୍ର ଗାଇଡ ଲାଇନ ଆଣିବ ବୋଲି କୁହାଯାଇଛି।

Get real time updates directly on you device, subscribe now.