fbpx

କଟକ ସହରରର ୧୯ଟି ରୁଟକୁ ‘No Parking Zone’ ଘୋଷଣା: ଆକ୍ସନ ମୋଡ଼ରେ କମିଶନରେଟ୍ ପୋଲିସ

Advertisement

ନୂଆଦିଲ୍ଲୀ: କଟକବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆପଣମାନେ ଯଦି ଏଣେତେଣ ଗାଡ଼ି ପାର୍କିଂ କରୁଛନ୍ତି ତେବେ ଏବେଠାରୁ ସାବଧାନ ହୋଇ ଯାଆନ୍ତୁ । କଟକ ସହରର ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ସୁରକ୍ଷିତ ଭାବେ ଯାନବାହାନ ଚଳାଚଳ କରିବା ପାଇଁ କମିଶନରେଟ୍ ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ସହରର ୧୯ଟି ରୁଟକୁ ‘ନୋ ପାର୍କିଂ ଜୋନ୍’ ଭାବେ ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ କମିଶନରେଟ୍ ପୋଲିସ ଏହି ଘୋଷଣା କରିଛି ।

କମିଶନରେଟ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହେବାର ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ନୋ ପାର୍କିଂ ଜୋନରେ ଗାଡ଼ି ପାର୍କିଂ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଫାଇନ୍ ଆଦାୟ କରାଯିବା ସହ ଗାଡ଼ି ଗୁଡ଼ିକୁ ଟ୍ରାଫିକ ଥାନାକୁ ନିଆଯାଉଛି । ସହରର ପ୍ରମୁଖ ୧୯ଟି ରାସ୍ତାକୁ ନୋ ପାର୍କିଂ ଜୋନ ଭାବେ ଘୋଷଣା କରାଯାଇଛି । ପ୍ରଥମ ଥର ନିୟମ ନ ମାନିଲେ ୫୦୦ ଟଙ୍କା ଆଦାୟ କରାଯିବ । ସେହିପରି ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ କଲେ ୧୫୦୦ ଟଙ୍କା ଫାଇନ ଆଦାୟ କରାଯିବ । ଅନ୍ୟପଟେ ସହରରେ ପାର୍କିଂ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନକରି ଏଭଳି ପଦକ୍ଷେପ ନିଆଯାଇ ଥିବାରୁ କମିଶନରେଟ ପୋଲିସର ଏହି ପଦକ୍ଷେପକୁ କଟକ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.