fbpx
BJD SKY
BJD SKY

ହାତୀ ଆକ୍ରମଣରେ ୨ ପିଲାଙ୍କ ମୃତ୍ୟୁ; ବାପା ମାଆ ଗୁରୁତର

BJD

ଝାରସୁଗୁଡା: ରାଜ୍ୟରେ ଦିନକୁ ଦିନ ହାତୀମାନଙ୍କ ଉପଦ୍ରବ ବଢିବାର ଲାଗିଛି । କେଉଁଠି ହାତୀପଲ ଚାଷୀମାନଙ୍କ ଚାଷ ଜମୀ ନଷ୍ଟ କରୁଛନ୍ତି ତ ଆଉ କେଉଁଠି ଗାଁ ମୁହାଁ ହୋଇ ଅନେକ ଧନ ଜୀବନକୁ ବିପଦରେ ପକାଉଛନ୍ତି । ତେବେ ପୂର୍ବରୁ ହାତୀପଲ ଅନେକ ଲୋକଙ୍କ ଜୀବନ ନେଉଥିବା ବେଳେ ବର୍ତ୍ତମାନ ପୁଣି ସେହିଭଳି ଏକ ମାମଲା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୋଇଥିବାବେଳେ ମାଆ କୋଳରୁ ଦୁଇ ପିଲାଙ୍କୁ ଟାଣି ନେଇ ଦଳିଦେଇଛି ହାତୀ । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହିଭଳି ଏକ ହୃଦୟବିଦାରକ ଘଟଣା ଝାରସୁଗୁଡା ବାଗଡିହି ରେଞ୍ଜ୍ ଭଉଁରା ଗାଁରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଶୋଇଥିବା ସମୟରେ ଏକ ହାତୀ ଗୋଟିଏ ପରିବାରର ୪ ଜଣଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ୨ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର ଆହାତ ହୋଇଥିଲେ ।

ଏହି ପରିବାର ଇଟାଭାଟି କାମ କରିବାକୁ ଆସି ରାତିରେ ପଲିଥିନ ତଳେ ଶୋଇଥିବା ଅବସ୍ଥାରେ ଏହି ଘଟଣା ଘଟିଥିବା ଜଣା ପଡିଛି । ତେବେ ବାପା ମା’ଙ୍କ ପାଖରେ ୩ଜଣ ପିଲା ଶୋଇଥିବା ବେଳେ ଦୁଇ ପିଲାଙ୍କୁ ହାତୀ ତାର ଶୁଣ୍ଢରେ ଟାଣି ନେଇ ଦଳି ଦେଇଥିଲା । ଫଳରେ ୨ ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ବାପା ମାଆ ହାତୀ ଆକ୍ରମଣର ଶିକାର ହୋଇଥିଲେ ।
ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହି ପରିବାରଟି ଇଟାଭାଟିରେ କାମ ପାଇଁ ଦୁଇ ଦିନ ତଳେ ଛତିଶଗଡରୁ ଝାରସୁଗୁଡା ଆସିଥିଲେ ।

Get real time updates directly on you device, subscribe now.