fbpx

ଭୁବନେଶ୍ୱରରୁ ୨ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ ସେମାନଙ୍କ ତଥ୍ୟ

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି ମହାମାରୀ । ଲଗାତାର ଭୁବନେଶ୍ୱର ମହାନିଗମରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ପୁଣି ୨ ଜଣ ଚିହ୍ନଟ ହୋଇଛନ୍ତି । ୨ କରୋନା ପଜିଟିଭ୍ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଥିବା ବେଳେ ଆଉ ଜଣେ ୮ ବର୍ଷୀୟ ଝିଅ । କିଛି ଦିନ ତଳେ ଦୁହେଁ ଦିଲ୍ଲୀରୁ ଫେରିଥିଲେ ।

ଏହି କ୍ରମରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୩୪ ଜଣ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏହା ସହ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.