ବାଇକ୍ Horn ବଜାଇଲେ ବୋଲି ୨ ଜଣଙ୍କୁ ଗୁଳି: ଜଣେ ପୋଲିସ ଆହତ, ମାମଲାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜହାନାବାଦର ସିକରିୟା ଥାନା ଅଞ୍ଚଳର ସ୍କୁଲ ନିକଟରେ ଘଟିଯାଇଛି ଏକ ବିରାଟ ଅଘଟଣ । ମୋଟର ସାଇକେଲ ହର୍ଣ୍ଣ ବଜାଇବାକୁ ନେଇ ଦେଖିବାକୁ ମିଳିଛି ଗୁଳିକାଣ୍ଡ । ବାଇକ ହର୍ଣ୍ଣ ମାରିଥିଲେ ବୋଲି ୨ ଜଣ ଯୁବକଙ୍କୁ ଗୁଳି କରିବା ଘଟଣା ସହଜରେ ଗ୍ରହଣ କରିବା କଷ୍ଟକର । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି, ଆହତ ହୋଇଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପୋଲିସ କର୍ମଚାରୀ ବୋଲି ଜଣାଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତ କରାଯାଇଛି ।

ତେବେ ଏହାପରେ ଉଭୟ ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ ପିଏମସିଏଚକୁ ପଠାଇ ଦିଆଯାଇଛି । ଥାନାର ଅଧ୍ୟକ୍ଷ କହିଛନ୍ତି ଯେ, ଦୁର୍ଗା ପୂଜା ମେଳା ବୁଲି ଫେରୁଥିଲେ ବିକି କୁମାର(ଗୌରବ) ଏବଂ ପିଣ୍ଟୁ କୁମାର । ଏହି ସମୟରେ ସ୍କୁଲ ନିକଟରେ ସେମାନେ ବାଇକ୍ ହର୍ଣ୍ଣ ବଜାଇଥିଲେ । ଏଠାରେ ପଟନା ଭଗବାନଗଞ୍ଜ ଥାନାର ଗୁଞ୍ଜନ କୁମାର ମଧ୍ୟ ଉପସ୍ଥିତ ରହିଥିଲେ । ସେ ବାଇକ୍ ହର୍ଣ୍ଣ ବଜାଇବାକୁ ମନା କରିଥିଲେ । କିନ୍ତୁ ଏହି କଥାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଗୁଞ୍ଜନ କୁମାର ଉଭୟଙ୍କୁ ଗୁଳି କରି ଦେଇଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ଥାନାଅଧ୍ୟକ୍ଷ କହିଛନ୍ତି ଯେ, ଅଭିଯୁକ୍ତ ଗୁଞ୍ଜନ ପ୍ରକୃତରେ ଏକ ଅପରାଧ ଶ୍ରେଣୀର ଲୋକ ବୋଲି କୁହାଯାଇଛି ।

ଗୁଞ୍ଜନ ବିପକ୍ଷରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଥିବା ବେଳେ ଏହି ମାମଲାରେ ମଧ୍ୟ ସେ ନିଜ କ୍ରୋଧରେ ଏପରି କାଣ୍ଡ ଘଟାଇଥିବା କୁହାଯାଇଛି । ପୋଲିସ ଗୁଞ୍ଜନ ସମେତ ସାଥୀମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସେପଟେ ଆହତ ଅବସ୍ଥାରେ ବିକି କୁମାର ବା ଗୌରବ ନାଳନ୍ଦା ଜିଲ୍ଲାର ଏକ ଥାନାରେ ସିପାହୀ ପୋଲିସ କର୍ମଚାରୀ ରହିଛନ୍ତି । ଦାହରା ଛୁଟିରେ ଘରକୁ ଆସିଥିବା ବେଳେ ତାଙ୍କ ସହ ଏଭଳି ଏକ କାଣ୍ଡ ଘଟିଯାଇଛି । ଏଭଳି ଏକ ମାମଲା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।