fbpx

(Video) ମଝି ଆକାଶରେ ଧକ୍କା ହେଲେ ୨ ବିମାନ: ଭିଡିଓରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ…

ନୂଆଦିଲ୍ଲୀ: ଅନେକ ସମୟରେ ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଥାଏ । ଅନେକ ସମୟରେ ବିମାନ ଦୁର୍ଘଟଣା ଦୃଶ୍ୟ କ୍ୟାମେରାରେ କଏଦ ମଧ୍ୟ ହୋଇଥାଏ । ଏଭଳି ଏକ ଦୁର୍ଘଟଣା ଗତ ସପ୍ତାହରେ ଜର୍ମାନୀରେ ହୋଇଥିଲା । ଏଠାରେ ଲେମୁନିଜ ଏୟାରଫିଲ୍ଡରେ ଦୁଇ ବିମାନ ଆକାଶରେ ଧକ୍କା ହୋଇଥିଲେ । ବଡ଼ କଥା ହେଉଛି ଯେ ଏଥିରେ ଦୁଇ ପାଲଟଙ୍କ ପ୍ରାଣ ଯାଇଛି । ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନକୁ ଆସିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଶିହରି ଉଠିବେ ।

ଏହି ଘଟଣା ଶନିବାର ସନ୍ଧ୍ୟା ୬ ଟାରେ ଘଟିଛି । ଭିଡିଓରେ ଦେଖାଯାଉଛି ଯେ ଦୁଇ ଜାହାଜ ଆକାଶରେ କଳାକୌଶଳ ପ୍ରଦର୍ଶନ କରୁଥିଲେ । ସେତିକିବେଳେ ହଠାତ୍ ଦୁଇଟି ଯାକ ବିମାନର ଧକ୍କା ହୋଇଥିଲା ଏବଂ ଉଭୟ ଜାହାଜ ତଳକୁ ଖସିଥିଲେ । ପରେ ଦୁଇଟି ଯାକ ବିମାନ ତଳକୁ ଖସିଥିଲେ ଏବଂ ଦ୍ରୁତ ଭାବରେ ପଡ଼ିବାକୁ ଲାଗିଥିଲେ । ତଳେ ପଡ଼ିବା ପରେ ଚାରିଆଡ଼େ ଧୂଆଁ ଦେଖିବାକୁ ମିଳିଥିଲା । ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଉଭୟ ପାଇଲଟ ମିରର୍ ପାଇଲଟ ଟ୍ରେନିଂ ନେଉଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.