fbpx

ଭୁଶୁଡ଼ିପଡ଼ିଲା ୨୦ ବର୍ଷର ପୁରୁଣା କୋଠା: ଚାଲିଗଲା ୪ ଜୀବନ, ଜଣେ ଗୁରୁତର

Advertisement

ନୂଆଦିଲ୍ଲୀ: ତେଲାଙ୍ଗାନାର ୟାଦାଦ୍ରି-ଭୋଙ୍ଗିର ଜିଲ୍ଲାର ମନ୍ଦିର ନଗର ଯାଦାଗିରିଗୁଟ୍ଟାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ୨୦ ବର୍ଷର ପୁରୁଣା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସର କହିବା ମୁତାବକ, ୨୦ ବର୍ଷ ପରୁଣା କୋଠା ତଳ ମହଲାରେ ଏକ ଦୋକାନ ଓ ପ୍ରଥମ ମହଲାରେ ଏକ ଘର ଥିଲା । ଯାଦାଗିରିଗୁଟ୍ଟାରୁ ଏହା ପ୍ରାୟ ୬୦ କିଲୋମିଟରରେ ଦୂରରେ ଅଛି ।

ପୋଲିସ କହିଛି ଯେ, ଏହି ବିଲ୍ଡିଂର ଛାତ ବସିଥିବା ଥିବା ୪ ଜଣ ଲୋକଙ୍କ ଉପରେ ଖସିପଡ଼ିଥିଲା । ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖରାପ ଗୁଣାବତ୍ତାର ନିର୍ମାଣ ଯୋଗୁଁ ଏପରି ଘଟଣା ଘଟିଥିବା ପୋଲିସ କହିଛି ।

ତେବେ କିଛି ଦିନ ପୂର୍ବରୁ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଥିଲା । ଏହି ଘଟଣାରେ ୭ ଜଣ ଶ୍ରମିକ ବିଲ୍ଡିଂ ଭିତରେ ଫସି ରହିଥିଲେ, ସେଥିମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା ।

Get real time updates directly on you device, subscribe now.