fbpx

ସକାଳ ୧୧ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟର ଉତ୍ସାହିତ

Advertisement

ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୪ଟି ସଂସଦୀୟ କ୍ଷେତ୍ରରେ ଉତ୍ସାହର ସହ ମତଦାନ ପ୍ରକ୍ରିୟା ଚାଲି ଥିବାର ଦେଖିବାକୁ ମିଳିଛି । ଏହି ନିର୍ବାଚନ ପ୍ରକ୍ରିୟା ସକାଳ ୬ ରୁ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ ।

ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ଓଡିଶାରେ ଆଜି ଦିନ ୧୧ ଟି ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ନୂଆପଡାରେ ସର୍ବାଧିକ ୨୬.୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୧୭.୭୪ ପ୍ରତିଶତ ମତଦାନ ହୋଇଛି । ସେହିପରି ରାୟଗଡାରେ ୨୧.୮୧ ପ୍ରତିଶତ, କୋରାପୁଟରେ ୨୬.୬୧ ପ୍ରତିଶତ, ନବରଙ୍ଗପୁରରେ ୨୪.୯୬ ପ୍ରତିଶତ, ଗଜପତିରେ ୨୨.୦୨ ପ୍ରତିଶତ, କଳାହାଣ୍ଡିରେ ୨୪.୯୬ ପ୍ରତିଶତ ଓ ମାଲକାନଗିରିରେ ୨୨.୯୬ ପ୍ରତିଶତ ମତଦାନ ଦିନ୧୧ଟା ସୁଦ୍ଧା ହୋଇସାରିଛି । ମତଦାନର ସମୟ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିବାରୁ ଆହୁରି ମତଦାନ ବଢିବା ନେଇ ଆଲୋଚନା ହେଉଛି । ଏବେ ଅତ୍ୟଧିକ ଗରମ ଯୋଗୁଁ ଲମ୍ବା ଧାଡ଼ିରେ ଛିଡା ହେଉଥିବା ବରିଷ୍ଠ ନାଗରିକ ଓ ସାଧାରଣ ଲୋକ ଛିଡା ନହେଇ ପାରୁଥିବାରୁ କିଛି ପରିମାଣରେ ମତଦାନ କମିଯାଇଛି । ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେ ନେଇ ସବୁ ବୁଥରେ କଡ଼ା ସୁରକ୍ଷା ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.