fbpx

୨୩ ସ୍ୱର୍ଣ୍ଣ ପଦକ, ୩୯ ବିଶ୍ୱ ରେକର୍ଡ଼…ଜାଣନ୍ତୁ ସର୍ବଶ୍ରେଷ୍ଠ ଅଲିମ୍ପିଆନଙ୍କ net worth କେତେ ?

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ କ୍ରୀଡ଼ାର ଆୟୋଜନ କରୁଛି । ଏହା ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଶେଷ ହେବ । ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ଅନେକ କ୍ରୀଡ଼ା ପ୍ରେମୀ ଧୈର୍ଯ୍ୟର ସହ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ଭାରତରୁ ୧୦୦ରୁ ଅଧିକ ଏଥଲିଟ୍ସ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆସନ୍ତୁ ଜାଣିବା ସର୍ବଶ୍ରେଷ୍ଠ ଅଲିମ୍ପିଆନଙ୍କ ବିଷୟରେ ଯିଏ ସର୍ବାଧିକ ସ୍ୱର୍ଣ୍ଣ ପଦକ ଜିତିବାରେ ରେକର୍ଡ଼ କରିଛନ୍ତି । ଏହି ଭେଟେରାନ୍ କ୍ରୀଡ଼ାବିତ୍ କୋଟ ସମ୍ପତ୍ତିର ମାଲିକ ଅଟନ୍ତି ।

ଆମେ କଥା ହେଉଛୁ ଆମେରିକାର ପୂର୍ବତନ ସନ୍ତରଣକାରୀ Michael Fred Phelpsଙ୍କ ବିଷୟରେ । ସେ ଦୁନିଆର ଜଣେ ସଫଳ ଅଲିମ୍ପିଆନ୍ ଅଟନ୍ତି । ସେ ୮ ଥର ୱାଲ୍ଡ ସ୍ୱିମର ଅଫ୍ ଦି ଇୟର ଆୱାର୍ଡ଼ ଏବଂ ୧୧ ଥର ଆମେରିକା ସ୍ୱିମର ଅଫ୍ ଦି ଇୟର ଆୱାର୍ଡ଼ ଜିତିଛନ୍ତି । ମାଇକେଲ ଅଲିମ୍ପିକରେ ସର୍ବାଧିକ ୨୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ଅଲିମ୍ପିକରେ ସର୍ବାଧିକ ୨୮ ମେଡାଲ ଜିତିବାରେ ଏଥଲିଟ୍ । ସେ ୩୯ ବିଶ୍ୱ ରେକର୍ଡ଼(୨୯ ଏକକ, ୧୦ ରିଲେ) କରିଛନ୍ତି ଯାହା FINA ଦ୍ୱାରା ମାନ୍ୟତାପ୍ରାପ୍ତ କୌଣସି ସନ୍ତରଣକାରୀଙ୍କ ତୁଳନାରେ ସବୁଠାରୁ ଅଧିକ । ସେ ଅଲିମ୍ପିକ ବ୍ୟକ୍ତିଗତ ଇଭେଣ୍ଟରେ ସର୍ବାଧିକ ୧୩ଟି ସ୍ୱର୍ଣ୍ଣ ପଦକ ଏବଂ ଅଲିମ୍ପିକ ବ୍ୟକ୍ତିଗତ ଇଭେଣ୍ଟରେ ସର୍ବାଧିକ ୧୬ଟି ପଦକର ରେକର୍ଡ଼ କରିଛନ୍ତି ।

୨୦୧୨ ଅଲିମ୍ପିକ ପରେ ମାଇକେଲ ଅବସର ନେଇଥିଲେ । କିନ୍ତୁ ୨୦୧୪ରେ ସେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୧୬ରେ ରିଓ ଡି ଜେନେରିଓରେ ଗ୍ରୀଷ୍ମ ଅଲିମ୍ପିକ୍ସ (ତାଙ୍କର ୫ମ ଅଲିମ୍ବିକ୍ସ)ରେ ତାଙ୍କୁ ପ୍ୟାରେଡ୍ ଅଫ୍ ନେସନ୍ସରେ ଯୁକ୍ତ ରାଷ୍ଟ୍ର ଆମେରିକାର ଧ୍ୱଜ ବାହକ(Flag Bearer) ଭାବେ ଚୟନ କରାଯାଇଥିଲା । ସେହି ବର୍ଷ ଅଗଷ୍ଟ ୧୨ରେ ସେ ଅବସର ଘୋଷଣା କରିଥିଲେ । ୨୦୧୭ରେ ସେ ଲାରିୟସ୍ ୱାର୍ଲ୍ଡ କମବ୍ୟାକ୍ ଅଫ୍ ଦି ଇୟର ପୁରସ୍କାର ଜିତିଥିଲେ । ୨୦୧୬ ମସିହା ଜୁନ୍ ୧୩ରେ ସେ ପୂର୍ବତନ ମିସ କାଲିଫର୍ଣ୍ଣିଆ ୟୁଏସଏ ନିକୋଲ ଜନସନଙ୍କ ସହ ସିକ୍ରେଟ୍ ମ୍ୟାରେଜ୍ କରିଥିଲେ । ଦମ୍ପତ୍ତିଙ୍କର ୪ଟି ସନ୍ତାନ ଅଛନ୍ତି । ତେବେ ମାଇକେଲ ହେଉଛନ୍ତି ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ସନ୍ତରଣକାରୀ । ଅବସର ନେବା ପରେ ସେ ବିଭିନ୍ନ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ରୋଜଗାର କରିବା ଆରମ୍ଭ କରିଥିଲେ । ତାଙ୍କର ନେଟ୍ ୱର୍ଥ ପ୍ରାୟ ୮୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ।

Get real time updates directly on you device, subscribe now.