ଗତ ୨୪ଘଣ୍ଟାରେ କରୋନା ନେଲା ୨୩୦ ଜୀବନ

ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ମଧ୍ୟ ୫ ହଜାର ୩୯୪କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କର ମୃତ୍ୟୁ ହେବା ସହ ୮ ହଜାର ୩୯୨ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ଏଯାଏ ଦେଶରେ ମୋଟ ୯୧ ହଜାର ୮୧୮ ଜଣ ସୁସ୍ଥ ହୋଇଛନ୍ତି । ୯୩ ହଜାର ୩୨୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୨୨୮୬ ଓ ଗୁଜରାଟରେ ୧୦୩୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଦିଲ୍ଲୀରେ ୪୭୩, ମଧ୍ୟ ପ୍ରଦେଶରେ ୩୫୦, ପଶ୍ଚିମବଙ୍ଗରେ ୩୧୭ ମୃତ ହୋଇଛି । ଉତ୍ତର ପ୍ରଦେଶ ୨୧୩, ରାଜସ୍ଥାନ ୧୯୪, ତାମିଲନାଡୁରେ ୧୭୩ ଜଣଙ୍କର ଜୀବନ ନେଇଛି କରୋନା ।