ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଲଗାତର ୪ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ମିସାଇଲ୍, ରକେଟ୍ ଆଦ ଦ୍ୱାରା ଆକ୍ରମଣ କରିଚାଲିଛନ୍ତି । ରାଜଧାନୀ କିଭ୍ ଉପରେ ରୁଷ ଆକ୍ରମଣ କରି ଅଧିକାଂଶ ସହର ଉପରେ କବଜା କରିବା ଆରମ୍ଭ କରିସାରିଲାଣି । ତେବେ ଏହା ଭିତରେ ୟୁକ୍ରେନର ୨୪୦ ଜଣ ସାଧାରଣ ନାଗରିକ ଆଖି ବୁଜିଛନ୍ତି । ସେପଟେ ରାଷ୍ଟ୍ରପତି ଜେଲେନସ୍କି, ଆମେରିକାରେ ଦେଶ ଛାଡ଼ିବା ପ୍ରସ୍ତାବକୁ ଫେରାଇ ଦେଇଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି ।
ଅନ୍ୟପଟେ ମିଶନ ଗଙ୍ଗା ଜରିଆରେ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଆଣିବାକୁ ଚେଷ୍ଟା କରାଯାଉଛି । ଆଜି ଓ କାଲି ମଧ୍ୟରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାରତକୁ ଫେରିଛନ୍ତି । ଏବେସୁଦ୍ଧା ଆହୁରି ଛାତ୍ରଛାତ୍ରୀ ଫସିରହିଥିବା ସୂଚନା ମିଳିଛି ।