ୟୁଟ୍ୟୁବରେ ୨୫୦ ଭିଡିଓ, ୨ ହଜାରରୁ ଅଧିକ ସବସ୍କ୍ରାଇବର୍ସ ତଥାପି କାହିଁକି ନେଲେ ଏଭଳି ନିଷ୍ପତ୍ତି, ଇନଷ୍ଟାଗ୍ରାମରେ ଶେୟାର କଲେ ଇମୋସନାଲ ପୋଷ୍ଟ

ନୂଆଦିଲ୍ଲୀ: ଆଜିକାଲି ୟୁଟ୍ୟୁବ୍ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି । ଏଥିପ୍ରତି ଅଧିକାଂଶ ଯୁବପିଢ଼ିଙ୍କ କ୍ରେଜ୍ ମଧ୍ୟ ଦେଖିବାକୁ ମିଳୁଛି । ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ରିଲ୍ସ ଓ ବ୍ଲଗିଂ କରି ଅନେକ ବ୍ୟକ୍ତି ଲୋକପ୍ରିୟତା ହାସଲ କରୁଛନ୍ତି । କିନ୍ତୁ ବେଳେ ବେଳେ ବ୍ୟକ୍ତିକୁ ପରିଶ୍ରମ ଅନୁଯାୟୀ ଫଳ ନ ମିଳିଲେ ସେମାନେ ହତୋତ୍ସାହିତ ହୋଇଥାନ୍ତି । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଫୁଡ୍ ବ୍ଲଗର ୟୁଟ୍ୟୁବ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଅସଫଳ ହୋଇଛନ୍ତି ।

ନଳିନୀ ଉନାଗର(Nalini Unagar) ନାମକ ଜଣେ କଣ୍ଟେଣ୍ଟ କ୍ରିଏଟର ୟୁଟ୍ୟୁବରେ ‘ନଲିନିଜ୍ କିଚେନ୍‌’ ନାମକ ଏକ କୁକିଂ ଚ୍ୟାନେଲ ଚଲାଉଥିଲେ । ଫୁଡ୍ ବ୍ଲଗର ଜଣଙ୍କ ୩ ବର୍ଷରେ ତାଙ୍କ ଚ୍ୟାନେଲ ପାଇଁ ୮ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ଏଥିମଧ୍ୟରେ ସେ ମୋଟ୍ ୨୫୦ଟି ଭିଡିଓ ଅପଲୋଡ୍ କରିଥିବା ବେଳେ ତାଙ୍କର ୨୪୫୦ ସବସ୍କ୍ରାଇବର୍ସ ହୋଇଥିଲେ । କିନ୍ତୁ ଏତେ ସବୁ ପରେ ମଧ୍ୟ ତାଙ୍କୁ ସନ୍ତୋଷଜନକ ରିଟର୍ଣ୍ଣ ମିଳିନଥିଲା । ଏହା ତାଙ୍କୁ ନିରାଶ କରିଥିଲା । ଶେଷରେ ୟୁଟ୍ୟୁବ୍ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏନେଇ ସେ ବୁଧବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଥିଲେ, ‘ମୁଁ ନିଜ ୟୁଟ୍ୟୁବ୍ କ୍ୟାରିୟରରେ ଅସଫଳ ହେଲି । ମୋର ସମସ୍ତ ରୋଷେଇ ଉପକରଣ ତଥା ଷ୍ଟୁଡିଓ ସାମଗ୍ରୀ ବିକ୍ରି କରୁଛି । କେହି ଏହାକୁ କ୍ରୟ କରିବା ପାଇଁ ଇଚ୍ଛୁକ ଥିଲେ ମୋତେ ସୂଚିତ କରିବେ ।’ ସୋସିଆଲ ମିଡିଆ ଉପରେ ନିର୍ଭରଶୀଳ ରହୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇ କହିଛନ୍ତି, ‘ଅନଲାଇନ୍ ପ୍ଲାଟଫର୍ମକୁ ଭାଗ୍ୟର ସହଯୋଗ ବି ଲୋଡ଼ା ଥାଏ । ତେଣୁ ଆୟର ପ୍ରାଥମିକ ଉତ୍ସ ଭାବରେ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିବା ଉଚିତ ନୁହେଁ । ପରବର୍ତ୍ତୀ ଦିନ ଆପଣ ଉଠିବା ପୂର୍ବରୁ ଦୋକାନ ବନ୍ଦ ହୋଇପାରେ । ୟୁଟ୍ୟୁବ ସହ ଅଧିକ ସମୟ ବିତାଇ ବି କିଛି ମିଳିବନି ।’

 

View this post on Instagram

 

A post shared by Nalini Unagar (@naliniskitchenrecipe)