fbpx

ଅଟୋ ଦେଖେଇ କାର ଲୁଟୁଥିଲେ ଚୋର ଆଉ ଚୋରି ଟଙ୍କାରେ ୩ସ୍ତ୍ରୀଙ୍କ ସହ କରୁଥିଲା

ଓଡିଶା ଭାଷ୍କର: ଧରାଡିଲା ଭାରତର ସବୁଠୁ ବଡ କାର୍ ଚୋର। ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇିଯିବେ । ଦର୍ଶକବନ୍ଧୁ ଆପଣମାନେ ବହୁ କାର୍ ଚୋରଙ୍କ ବିଷୟରେ ଶୁଣିଥିବେ । ହେଲେ ଆପଣ ଭାବୁଥିବେ ଏଥିରେ ଏମିତି କଣ ଅଛି ଯାହା ଆମେ ଆପଣଙ୍କୁ ଜଣେଇବାକୁ ଚାହୁଁଛୁ । ହଁ ଦର୍ଶକ ବନ୍ଧୁ ଏ ଚୋର ଅନିଲ ଚୌହାନ ଜୀବନଶେଳୀ ଅତ୍ୟନ୍ତ ବିଳାଶପୁର୍ଣ୍ଣ । ଅନିଲର ତିନୋଟି ପତ୍ନୀ ରହିଥିବାବେଳେ ୭ ଟି ସନ୍ତାନ ରହିଛନ୍ତି । ଏହା ବ୍ୟତୀତ ଅନିଲର ସମ୍ପତି ବିଷୟରେ ଆପଣ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ । ଦିଲ୍ଲୀ, ମୁମ୍ବାଇ ରେ ଅନିଲର ଅଚଳାଚଳ ସମ୍ପତି ରହିଥିବା ପୋଲିସ କହିଛି । ନିଜକୁ ଅଟୋ ଚାଳକ ରୂପେ ପରିଚୟ ଦେଉଥିବା ଅନିଲର ଏତେ ସମ୍ପତି ଆସିଲା କେଉଁଠୁ?

ପ୍ରକୃତରେ ଅଟୋ ଚାଳକ ଅନିଲ ହେଉଛି ବିଖ୍ୟାତ କାର୍ ଚୋର । ପ୍ରାୟ ୫ ହଜାରରୁ ଅଧିକ କାର ଚୋରି କରିଥିବା ଅଭିଯୁକ୍ତ ଅନିଲ ଚୌହାନ ଗତକାଲି ଗିରଫ ହୋଇଛି । ୨୭ ବର୍ଷ ଭିତରେ ୫ ହଜାର କାର ଅନିଲ ଚୋରି କରିଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଅନିଲ ଦିଲ୍ଲୀର ଖାନୁର ଅଚଂଳରେ ଅଟ ଚାଳକ ଭାବେ ବେଶ ପରିଚିତ । ହେଲେ ପ୍ରକୃତ ବୃତି ହେଉଛି ଚୋରି କରିବା ।

ସୂଚନାମୁତାବକ ଅନିଲ ଚୌହାନ ଉତ୍ତର -ପୂର୍ବ ଭାରତରୁ ପ୍ରାୟତଃ କାର୍ ଚୋରି କରିବା ପାଇଁ ଯାଉଥିଲା । ତେବେ ଗତ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ଦେଶବନ୍ଧୁ ଗୁପ୍ତା ରୋଡରୁ ଅନିଲକୁ ଗିରଫ କରିଥିଲା । ତେବେ ଅନିଲକୁ ଅଧିକ ପଚରାଉଚରା କରିବା ପରେ ଅନେକ ତଥ୍ୟ ସମ୍ମାନକୁ ଆସିଛି । ଅନିଲ ୧୯୯୫ ମସିହାରୁ କାର୍ ଚୋରି କରିବା ଆରମ୍ଭ କରିଥିଲା । ସେ ସେହି ସମୟରେ ୮ଶହ ରୁ ଅଧିକ କାର୍ ଚୋରି କରିଥିଲା ଏବଂ କାର୍ ଗୁଡିକୁ ଦେଶର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲା । ପ୍ରାୟତଃ ନୋଳ ଏବଂ ଜାମ୍ମୁକାଶ୍ମୀରକୁ ବିକ୍ରି ପାଇଁ ଚୋରି କାରଗୁଡିକ ପଠାଉଥିଲା । ତେବେ ଚୋରି କରିବା ସମୟରେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିଛି ଅନିଲ। ଆଉ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର କାରବାରରେ ଜଡିତ ରହିଛି । ସେ ଉତ୍ତର ଦେଶରୁ ଅସ୍ତ୍ରଶସ୍ତ୍ର ନେଇ ଉତର-ପୂର୍ବ ରାଜ୍ୟଗୁଡିକରେ ନିଷିଦ୍ଧ ସଂଗଠନଗୁଡିକୁ ଯୋଗାଇ ଦେଉଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହା ଛଡା ଅନିଲ ବିରୋଧରେ ତଦନ୍ତ ଏଜେନ୍ସି ଇଡି ମଧ୍ୟ ଟଙ୍କା ହେରଫେର ନେଇ ଏକ ମାମଲା ରୁଜୁ କରିଥିଲା । ତେବେ ପୋଲିସ କହିବା ମୁତାବକ ଅଭିଯୁକ୍ତ ଅନିଲ ବିରୋଧରେ ପ୍ରାୟ ୧୮୦ରୁ ଅଧିକ ମାମାଲା ରିହିଛି । ଅନିଲ ଚୋରି କରିବା ସହ ମର୍ଡର ଏବଂ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛି । ହେଲେ ନିଜକୁ ଏକ ଅଟୋ ଚାଳକ ଭାବେ ପରିଚୟ ଦେଉଥିଲା । ତେବେ ଦର୍ଶକବନ୍ଧୁ ଏଥିରୁ ଆପଣ ଜାଣି ପାରୁଥିବେ ଅଟୋ ଚଳକ ରୁ ଏହି ଢୋଙ୍ଗୀ କ୍ରିମିନାଲ ଅନିଲ କେତେ ଭୟଙ୍କର ।

Get real time updates directly on you device, subscribe now.