Big Breaking: ୨୯ ଅଗଷ୍ଟରେ ରାଜ୍ୟବ୍ୟାପୀ ଛୁଟି ଘୋଷଣା କଲେ ମୋହନ ସରକାର

ଭୁବନେଶ୍ୱର: ଅଗଷ୍ଟ ୨୯ ତାରିଖରେ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଶୁକ୍ରବାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ୨୭ ତାରିଖରେ ଗଣେଶ ପୂଜା କାରଣରୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଖାଇ ପାଇଁ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଥିବା ଜଣାପଡ଼ିଛି ।

ପ୍ରକାଶଥାଉ ଯେ, ପୂର୍ବରୁ ଅନେକ ଦିନ ଧରି ଦାବି ହୋଇ ଆସୁଥିଲା, ନୂଆଖାଇ ପରବର୍ତ୍ତୀ ଦିନକ ତଥା ଛାଡ଼ଖାଇକୁ ଛୁଟି ଘୋଷଣା କରାଯାଉ ।

ବିଜେପି ସରକାରରେ ନ ଥିବା ବେଳେ ପଶ୍ଚିମଓଡ଼ିଶା ବାସୀଙ୍କ ଏ ଦାବିକୁ ସମର୍ଥନ କରୁଥିଲା । ଆଉ ଏବେ ଶାସନ କ୍ଷମତାକୁ ଆସିବା ପରେ ଦାବି ପୂରଣ କରିଛନ୍ତି ମୋହନ ସରକାର ।