fbpx

ସୁସ୍ଥ ହେଲେ ଆଉ ୨କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ଥିବା ଆଉ ଦୁଇ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହାସହ ସେ ହସ୍ପିଟାଲରୁ ଡିସଚାର୍ଯ୍ୟ ମଧ୍ୟ ହୋଇଛନ୍ତି । ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତରେ ଥିବା ୨୧ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାରେ ୬୦ଜଣଙ୍କ ରିପୋର୍ଟ ପଜିଟିଭ୍ ଥିଲା । ସେମାନଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ଓ ଜଣଙ୍କର ମୃତ୍ୟୁ ହେବା ପରେ ବର୍ତ୍ତମାନ ୩୮ଟି ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.