fbpx

ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ : ନକ୍ସା ହେଲା ଉନ୍ମୋଚିତ, ନଭେମ୍ବର ୧ରୁ ଆରମ୍ଭ ହେବ ଷ୍ଟଲ ବୁକିଂ

କଟକ: ରବିବାର ଦିନ ମଞ୍ଚେଶ୍ୱର ସତ୍ୟବିହାର ସ୍ଥିତ ଏକ ଘରୋଇ ମଣ୍ଡପରେ ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯଶୋବନ୍ତ ଓଝା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଚଳିତ ବର୍ଷ ବାଲିଯାତ୍ରାକୁ କିଭଳି ସ୍ୱତନ୍ତ୍ର, ଲୋକାଭିମୁଖୀ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବା ବିଷୟରେ ଆଲୋଚନା ହୋଇଥିଲା । ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

କଟକର ଏହି ଯାତ୍ରା ଚାରିଆଡେ ପ୍ରସିଦ୍ଧ ଅଟେ । ଏହି ଯାତ୍ରା ଦେଖିବା ପାଇଁ ଲୋକେ ଭିନ୍ନ ଭିନ୍ନ ରାଜ୍ୟରୁ ଦେଖିବାକୁ ଆସନ୍ତି । ଏହି ଯାତ୍ରାକୁ କିଭଳି ସ୍ୱତନ୍ତ୍ର, ଲୋକାଭିମୁଖୀ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମଞ୍ଚେଶ୍ୱର ସତ୍ୟବିହାର ସ୍ଥିତ ଏକ ଘରୋଇ ମଣ୍ଡପରେ ବାଲିଯାତ୍ରା କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯଶୋବନ୍ତ ଓଝା ଅଧ୍ୟକ୍ଷତା କରିଥିବା ବେଳେ କମିଟିର ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର, ସାଧାରଣ ସମ୍ପାଦକ ତପନ କୁମାର ବଳିୟାର ସିଂହ, ବରିଷ୍ଠ ସଦସ୍ୟ ଅନୁପ କୁମାର ଖୁଣ୍ଟିଆ, ଆଶୁତୋଷ ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଅନ୍ନପୂର୍ଣ୍ଣ ମିଶ୍ର, ଅଶୋକ ପାତ୍ର, ଅଭୟ ବଡ଼ଜେନାଙ୍କ ସମେତ ଅଞ୍ଚଳରେ ଜନପ୍ରତିନିଧି, ମୁରବି ଓ ଯୁବକମାନେ ବୈଠକରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ୧୦୦୦ଟି ଷ୍ଟଲ ପାଇଁ ଯୋଜନା କରାଯାଇଛି । ଏନେଇ ଷ୍ଟଲ, ମୁଖ୍ୟ ପେଣ୍ଡାଲ, ରାସ୍ତା ପାଇଁ ନକ୍ସା ପ୍ରସ୍ତୁତି ହୋଇଛି । ଏହି ନକ୍ସାକୁ ବିଧାୟକ ଦ୍ୱାରା ଉନ୍ମୋଚିତ କରାଯାଇଛି । ବାଲିଯାତ୍ରା ପଡ଼ିଆରେ ଏକ ଅସ୍ଥାୟୀ କ୍ୟାମ୍ପ କରି ନଭେମ୍ବର ୧ରୁ ଷ୍ଟଲ ବୁକିଂ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

Get real time updates directly on you device, subscribe now.