fbpx

ଜନ୍ମ ହେଲା ୩ ମୁଣ୍ଡ ଥିବା ଶିଶୁ, ବ୍ରହ୍ମାଙ୍କ ଅବତାର କହି ପୂଜିଲେ ଲୋକେ

ନୂଆଦିଲ୍ଲୀ: ଦୁନିଆରେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହେବା କଥା ଆପଣ ଶୁଣିଥିବେ । ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଭିନ୍ନ ଆକୃତିର ଶିଶୁ ଜନ୍ମ ହୋଇଥାନ୍ତି । ଲୋକେ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବିଥାନ୍ତି । ଜନ୍ମର ଏହିଭଳି ଅଦ୍ଭୁତ ଘଟଣା ମଣିଷ ନୁହେଁ ପଶୁଜନ୍ତୁଙ୍କ ନିକଟରେ ମଧ୍ୟ ଦେଖିବାକୁ ମିଳିଥାଏ । ସେହିଭଳି ଉତ୍ତରପ୍ରଦେଶରେ ଏକ ମାମଲା ଦେଖିବାକୁ ମିଳିଛି ।

ଉତ୍ତର ପ୍ରଦେଶରେ ଜଣେ ମହିଳା ଏକ ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ ଦେଇଛନ୍ତି । ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ ହେବାର ଖବର ପୁରା ଗାଁରେ ଖେଳିଯାଇଥିଲା । ଏହାପରେ ଅନେକ ଲୋକ ତାଙ୍କୁ ଦେଖିବା ପାଇଁ ତାଙ୍କ ଘରେ ଭିଡ଼ ଜମାଇଥିଲେ । ଲୋକମାନେ ତାଙ୍କୁ ବହ୍ମାଙ୍କ ଅବତାର କହିବା ସହ ଶିଶୁର ପୂଜା ମଧ୍ୟ କରୁଛନ୍ତି । ଜୁଲାଇ ୧୨ ତାରିଖରେ ମହିଳା ଜଣକ ଶିଶୁକୁ ଜନ୍ମଦେଇଥିଲେ । ତେବେ ଜନ୍ମଦେବା ପରେ ବହୁ ଅଜଣା ଲୋକ ଶିଶୁକୁ ଦେଖିବା ପାଇଁ ତାଙ୍କ ଘରକୁ ଆସୁଥିବା କୁହାଯାଉଛି ।

ତିନି ମୁଣ୍ଡ ଥିବା ଶିଶୁର ଜନ୍ମ ଦେବାପରେ ଶିଶୁକୁ ଦେଖି ନିକଟରେ ଥିବା ଆୟା ଡରିଯାଇଥିଲେ । ଅବଶ୍ୟ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଅଛନ୍ତି । ଜନ୍ମ ହେବା ପରେ ଶିଶୁର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.