fbpx

ବୁମରାହଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଯିବେ ୩ ବୋଲର: ବିକଳ୍ପ ଉପରେ ବିସିସିଆଇ ଅଧିକାରୀଙ୍କ ସଂକେତ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ ପାଇଁ ବୁମରାହଙ୍କ ବିକଳ୍ପ ବାଛିଛି ବିସିସିଆଇ । ବୁମରାହଙ୍କ ସ୍ଥାନରେ ଏବେ ଅଷ୍ଟ୍ରେଲିଆ ଗସ୍ତ କରିବେ ୩ ଜଣ ପେସର । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ ଜଣେ ଅଧିକାରୀ ସଂକେତ ଦେଇଛନ୍ତି । ତେବେ ଯଦିଓ ବିସିସିଆଇ ତରଫରୁ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ଏହି ଟି-୨୦ ବିଶ୍ୱକପ ଖେଳିବା ପାଇଁ ୩ ଜଣ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଯାଇପାରେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ଖେଳାଳି ।

ଭାରତର ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରାହ ଦଳରୁ ବାଦ ପଡିବା ପରେ ତାଙ୍କ ବିକଳ୍ପ ଖୋଜୁଥିଲା ବିସିସିଆଇ । ଏ ଆଲୋଚନା ଚାଲିଥିବା ବେଳେ ଏବେ ଷ୍ଟାଣ୍ଡବାଏରେ ରହିଥିବା ଦୀପକ ଚହର ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତେବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସିରିଜରେ ଉମେଶ ଯାଦବ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁରଙ୍କୁ ପରୀକ୍ଷା କରିଥିଲା ବିସିସିଆଇ । କିନ୍ତୁ ଉମେଶ ଯାଦବଙ୍କ ପ୍ରଦର୍ଶନ ଖରାପ ରହିଥିଲା । ତେଣୁ ମହମ୍ମଦ ଶାମୀଙ୍କ ସହିତ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଉଛି ବିସିସିଆଇ । ଏ ନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବୁମରାହ ଏବଂ ଦୀପକଙ୍କୁ ରିପ୍ଲେସ କରିବା ପାଇଁ ଏହି ୩ ଖେଳାଳି ଖୁବଶୀଘ୍ର ଟିମ ଇଣ୍ଡିଆ ସହ ବିଶ୍ୱକପ କ୍ୟାମ୍ପେନରେ ଯୋଗ ଦେବେ ।

Siraj, Shami, Shardul set to join India squad in Australia for T20 World Cup

ସୂଚନା ଅନୁସାରେ, ଦୀପକ ଚହର ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ଚୟନ ହୋଇଥିବା ବେଳେ ପିଠି ଯନ୍ତ୍ରଣା ଯୋଗୁଁ ସେ ଖେଳି ପାରି ନାହାନ୍ତି । କିନ୍ତୁ ଟି-୨୦ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ ଦୀପକ ଚହର । ତେଣୁ ଏହି ପିଠି ଯନ୍ତ୍ରଣା ତାଙ୍କୁ ଆଉ ଏକ ବଡ ଟୁର୍ଣ୍ଣାମେଣ୍ଟରୁ ବାଦ ପକାଇଛି । ତେବେ ତାଙ୍କ ଚିକିତ୍ସା ପାଇଁ ଅଧିକ ସମୟ ଲାଗିବ, ଯେଉଁଥିପାଇଁ ତାଙ୍କ ବିକଳ୍ପ ଭାବରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିବ ଟିମ ଇଣ୍ଡିଆ ।

Get real time updates directly on you device, subscribe now.