ସୋର: ଯୁବକଙ୍କ ଦୁଇ ହାତ ହାଣିଦେଲେ ଦୁର୍ବୃତ୍ତ । ଯୁବକଙ୍କ ୨ ହାତ ହାଣି କାଟିଦେଇଥିବା ସୂଚନା ।
ବାଲେଶ୍ୱର ସୋର ସାଜନପୁର ପଞ୍ଚାୟତ ସିରାପୁର ଛକରେ ଘଟିଯାଇଛି ଏହି ଜଘନ୍ୟ କାଣ୍ଡ । ବାଇକରେ ଆସି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ସନ୍ଦେହ କରାଯାଉଛି । ଆକ୍ରମଣ ପରେ ୩ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।
ଯୁବକଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଆହତ ଯବୁକଙ୍କ ଚିକିତ୍ସା ଚାଲିଛି ।