fbpx

ମହଙ୍ଗା ପଡିଲା ମଦ ସହ ଫଟୋ: ଭାଇରାଲ ପରେ ୩ ରାଜସ୍ୱ ଅଧିକାରୀ ନିଲମ୍ବିତ

ଲକ୍-ଡାଉନ୍ ସମୟରେ ମହଙ୍ଗା ପଡିଲା ଦାମି ମଦ ବୋତଲ ସହ ଫେଟୋ ସେୟାର । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ୩ ରାଜସ୍ୱ ବିଭାଗ ଅଧିକାରୀଙ୍କ ଚାଲିଗଲା ଚାକିରି । ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାର ୩ ରାଜସ୍ୱ ଅଧିକାରୀ ଦାମି ମଦ ବୋତଲ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋଟି ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରୁ ଅଧିକାରୀଙ୍କ ବିରୋଧରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଗଲା । ଯାଞ୍ଚରେ ପରେ ସେମାନଙ୍କ ଆଲମାରୀରୁ ମଦ ବୋତଲ ମିଳିଥିଲା । ଏନେଇ ବରେଲି ଉପ ମଣ୍ଡଳ ମାଜିଷ୍ଟ୍ରଟ ଏହି ୩ ଅଧିକାରୀ ଯଥା- ଅଜୟ ଧାକଡ, ଧର୍ମେନ୍ଦ୍ର ଓ ଦୟାରାମ ଅରମାଙ୍କୁ ନିଲମ୍ବିତ କରିଛନ୍ତି ।

Get real time updates directly on you device, subscribe now.