fbpx

ମଧ୍ୟ ପ୍ରଦେଶରେ ୩ ହଜାର ଡାକ୍ତରଙ୍କ ସମୂହ ଇସ୍ତଫା: ଡାକ୍ତର କହିଲେ “ସରକାରଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଆମ ଦାବି ମାନିବାକୁ ନାରାଜ”

Advertisement

ଭୋପାଲ (ଓଡ଼ିଶା ଭାସ୍କର) : ମଧ୍ୟ ପ୍ରଦେଶରେ ନିଯୁକ୍ତ ହୋଇଥିବା ୩ ହଜାର ଜୁନିୟର ଡାକ୍ତରଙ୍କ ଇସ୍ତଫା । ଏମାନଙ୍କ ମଧ୍ୟରୁ ଶ୍ୟାମଶାହ ମେଡିକାଲ କଲେଜରୁ ୧୭୮ ଜୁନିୟର ଡାକ୍ତର ଥିବା ଜଣାପଡିଛି । ଫଳରେ ରେୱାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅନ୍ୟପଟେ କିଛିଦିନ ତଳେ ପ୍ରଶାସନ ପକ୍ଷରୁ ୪୦୦ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି ।

ସୂଚନା ଅନୁଯାୟୀ ମଧ୍ୟ ପ୍ରଦେଶ ସରକାର ଡାକ୍ତରଙ୍କ ଦାବିନ ନମାନିବାରୁ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ମୋଟ ୩ ହଜାର ଜୁନିଅର ଡାକ୍ତର ଇସ୍ତଫା ଦେଇଛନ୍ତି । ଗତ ୩ ଦିନ ହେବ ଷ୍ଟାଇପେଣ୍ଡ ସମେତ ୬ ଟି ଦାବି ନେଇ ଜୁନିୟର ଡାକ୍ତରମାନେ ଧାରଣା ଦେଇଥିଲେ । ସରକାର ଏମାନଙ୍କ ଦାବିକୁ ମାନିବାକୁ ନାରାଜ
ଥିବା ଅଭିଯୋଗ କରିଛନ୍ତି ଡାକ୍ତର । ତେବେ ଡାକ୍ତରମାନେ କହିଛନ୍ତି ଯେ, ସେମାନେ ସରକାରଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଦାବି ମାନିବାକୁ ନାରାଜ ।

ଏଥିପାଇଁମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଜୁନିଅର ଡାକ୍ତର ସଂଘର ସଦସ୍ୟମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଜୁନିୟର ଡାକ୍ତରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଶୁଣିବା ଉଚିତ ଏବଂ ଉପଯୁକ୍ତ ନିଷ୍ପତ୍ତି ନେଇ ସେମାନଙ୍କୁ କାର୍ଯ୍ୟକୁ ଫେରିବାରେ ସାହାଯ୍ୟ
କରିବା ଉଚିତ୍‌ ।

Get real time updates directly on you device, subscribe now.