fbpx

Big Breaking; ଆଗାମୀ ନିର୍ବାଚନରେ ଭୋଟ ଦେବେ ୩.୩୨ କୋଟି ଭୋଟର: ଓଡ଼ିଶାରେ ବଢୁଛି ଭୋଟରଙ୍କ ସଂଖ୍ୟା

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହି ନିର୍ବାଚନକୁ ନେଇ ଏବେ ଅଙ୍କକଷା ଜାରି ରହିଥିବା ବେଳେ ଏବେ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଆସନ୍ତା ନିର୍ବାଚନ ପାଇଁ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ରହିଛି ୩.୩୨ କୋଟି । ଚଳିତବର୍ଷ ରାଜ୍ୟର ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ ନାଗରିକ ଭୋଟ ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଗତ ଥର ଅପେକ୍ଷା ଚଳିତବର୍ଷ ଏହି ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟରଙ୍କ ନାମ ସାମିଲ କରାଯାଇଛି । ଏଥିମଧ୍ୟରୁ ଯୁବ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୭୬ ହଜାର ୯୬୯ । ସେହିପରି ୭ ଲକ୍ଷ ୧୬ ହଜାର ନାଗରିକ ମଧ୍ୟ ଏହି ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । ତେବେ ରିପୋର୍ଟ ଅନୁସାରେ, ରାଜ୍ୟରେ ମହିଳା ଭୋଟରଙ୍କ  ସଂଖ୍ୟାରେ ବୃଦ୍ଧି ଘଟିଛି । ୧ ହଜାର ପୁରୁଷରେ ୯୭୨ ଜଣ ମହିଳା ଭୋଟର ରହିଥିବା ଏହି ତାଲିକାରୁ ଜାଣିବାକୁ ମିଳିଛି । ଏ ନେଇ ଏକ ପ୍ରେସ ମିଯରେ ସୂଚନା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Get real time updates directly on you device, subscribe now.