CHARIDHAM

(Video) ୱାଙ୍ଖେଡେ ଷ୍ଟାଡିୟମରେ ୩୨ ହଜାର କ୍ରିକେଟ ପ୍ରେମୀ ଏକ ସ୍ୱରରେ ଗାଇଲେ ବନ୍ଦେମାତରମ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୦୧୯ ସେମି ଫାଇନାଲର ପ୍ରତିଶୋଧ ନେଇଛନ୍ତି ଭାରତୀୟ କ୍ରିକେଟ ଦଳ । ଶାମୀଙ୍କ ସ୍ୱିଙ୍ଗକୁ ସାମ୍ନା କରିବାରେ ଫେଲ ମାରିଛନ୍ତି ନ୍ୟୁଜିଲାଣ୍ଡର ସମସ୍ତ କ୍ରିକେଟର । ତେବେ ଏହା ଭାରତୀୟଙ୍କ ପାଇଁ ଏହା ଏକ ଖୁସିର ମୂହୁର୍ତ୍ତ ଥିଲା । ତେବେ ୱାଙ୍ଖେଡେ ଷ୍ଟାଡିୟମରେ ୩୨ ହଜାରରୁ ଅଧିକ କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର ସହ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଭାରତ ସେମି ଫାଇନାଲରେ ଜିତିବା ପରେ ଜାତୀୟ ସଂଗୀତକୁ ଏକ ସାଂଗରେ ବୋଲି ଉତ୍ସାହକୁ ଆହୁରି ରୋମାଞ୍ଚକର କରିଛନ୍ତି।

ଗତକାଲିର ମ୍ୟାଚରେ ଭାରତୀୟ ଦଳର ବିଜୟକୁ ସମସ୍ତେ ଭିନ୍ନ ଢଙ୍ଗରେ ପାଳନ କରିଥିବା ବେଳେ, ୱାଙ୍ଖେଡେ ଷ୍ଟାଡିୟମରେ ବସିଥିବା ଭାରତୀୟ କ୍ରିକେଟ ପ୍ରେମୀ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଭାରତୀୟ କ୍ରିକେଟ ଦଳ ସେମି ଫାଇନାଲରେ ଜିତିବା ପରେ ୩୨ ହଜାର କ୍ରିକେଟ ପ୍ରେମୀ ବନ୍ଦେମାତରମ ଗୀତକୁ ଏକ ସ୍ୱରରେ ଗାଇ ଉତ୍ସାହକୁ ପାଳନ କରିଛନ୍ତି । ଏଠାରେ ପ୍ରଶଂସକଙ୍କ ମଧ୍ୟରେ ଦେଶପ୍ରେମ ଦେଖିବାକୁ ମିଳିଛି । ସେଠାରେ ପ୍ରଶଂକମାନେ ଏକ ସାଂଗରେ ନିଜ ନିଜ ମୋବାଇଲର ଫ୍ଲାସ ଲାଇଟକୁ ଅନ କରି ବନ୍ଦେମାତରମ ଗୀତକୁ ଏକ ସ୍ୱରରେ ବୋଲିଛନ୍ତି । ତେବେ ଏହା ଲୋମହର୍ଷଣକାରୀ ଦୃଶ୍ୟ ମଧ୍ୟରୁ ଗୋଟିଏ ବୋଲି ପ୍ରମାଣିତ ହୋଇଛି ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦେଖିଛି ମହମ୍ମଦ ଶାମୀଙ୍କ ରୌଦ୍ର ରୂପ । ଏହି ବିଶ୍ୱକପରେ ମହମ୍ମଦ ଶାମୀ ଲଗାତାର ଦମଦାର ବୋଲିଂ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମହମ୍ମଦ ଶାମୀ ଏପର୍ୟ୍ୟନ୍ତ ୬ଟି ମ୍ୟାଚରେ ମୋଟ ୨୩ ୱିକେଟ୍ ନିଜ ନାମରେ କରି ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ ସେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏହାବ୍ୟତୀତ ବିଶ୍ୱକପରେ ମୋଟ ୫୧ଟି ୱିକେଟ ହାସଲ କରିଛନ୍ତି ଶାମୀ । ଏହି ତାଲିକାରେ ସେ ସର୍ବାଧିକ ୱିକେଟ ନେଇଥିବା ଭାରତୀୟ ବୋଲର ପାଲଟିଛନ୍ତି । ତେବେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ମହମ୍ମଦ ଶାମୀ ।