fbpx

ଖୁସି ଖବର : ରାଜ୍ୟରେ ଆଜି ୩୪୬୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୪।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୫୬ ହଜାର ୦୦୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୬୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୪୪୧, ନୂଆପଡ଼ା ୩୩୯, କଳାହାଣ୍ଡି ୨୫୯, କଟକ ୨୦୯, ନବରଙ୍ଗପୁର ୧୭୨, ସମ୍ବଲପୁର ୧୫୧, ବରଗଡ଼ ୧୩୭, ବଲାଙ୍ଗିର ୧୩୨, କେନ୍ଦୁଝର ୧୩୧, ପୁରୀ ୧୧୪, ଝାରସୁଗୁଡାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.