ନାଇଟ୍ ଡ୍ୟୁଟି କରୁଥିବା ଦେଶର ୩୫% ଡାକ୍ତର ନିଜକୁ ଭାବୁନାହାଁନ୍ତି ସୁରକ୍ଷିତ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ରିପୋର୍ଟରେ ଭୟଙ୍କର ଖୁଲାସା

ନୂଆଦିଲ୍ଲୀ: କୋଲକାତାରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପରେ ଜନସାଧାରଣଙ୍କ କ୍ରୋଧ ଦେଖିବାକୁ ମିଳିଥିଲା ଏବଂ ପ୍ରଶ୍ନ ମଧ୍ୟ ଉଠିଥିଲା ଯେ ପୃଥିବୀରେ ଭଗବାନ ବୋଲି ବିବେଚନା କରାଯାଉଥିବା ଡାକ୍ତର ନିଜେ କର୍ମକ୍ଷେତ୍ରରେ ସୁରକ୍ଷିତ କି?

ଏହି ଘଟଣା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଯଥା ଆଇଏମଏର ଏକ ଅତ୍ୟନ୍ତ ଚିନ୍ତାଜନକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏକ ତୃତୀୟାଂଶ ଅର୍ଥାତ୍ ୩୫.୫% ଡାକ୍ତର ନାଇଟ୍ ସିଫ୍ଟରେ ନିଜକୁ ଅସୁରକ୍ଷିତ ମନେ କରନ୍ତି ।

ସାରା ଦେଶରେ ଡାକ୍ତରମାନେ କର୍ମକ୍ଷେତ୍ରରେ ହିଂସାକୁ ବଢୁଥିବା ବିପଦ ବୋଲି ବର୍ଣ୍ଣନା କରିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଦ୍ୱାରା ୨୦୧୭ ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ସମଗ୍ର ଭାରତରେ ୭୫% ରୁ ଅଧିକ ଡାକ୍ତର କର୍ମକ୍ଷେତ୍ରରେ ହିଂସାର ଅନୁଭବ କରିଥିବାବେଳେ ପ୍ରାୟ ୬୩% ହିଂସାର ଭୟ ବିନା ରୋଗୀଙ୍କୁ ଦେଖିବାରେ ଅସମର୍ଥ ।

ସେମାନଙ୍କ ମଧ୍ୟରେ ମହିଳା ଡାକ୍ତରଙ୍କ ସଂଖ୍ୟା ଅଧିକ । କେତେକ ଡାକ୍ତର କହିଛନ୍ତି ଯେ ସେମାନେ ସୁରକ୍ଷା ପାଇଁ ଛୁରୀ ଏବଂ ପେପେର୍ ସ୍ପ୍ରେ ରେଖିଥାନ୍ତି । ଆଇଏମଏର ଏହି ଅନଲାଇନ୍ ସର୍ଭେରେ ୨୨ ଟି ରାଜ୍ୟରୁ ୩,୮୮୫ ଡାକ୍ତର ଅଂଶଗ୍ରହଣ କରିଥିଲେ, ସେଥିମଧ୍ୟରୁ ୬୩% ମହିଳା ଡାକ୍ତର ଥିଲେ । ଏଥିରେ ସମ୍ପୃକ୍ତ ୮୫% ଯୁବକ ଡାକ୍ତରଙ୍କଠାରେ ଅଧିକ ଭୟ ଦେଖାଦେଇଥିଲା । ୨୦-୩୦ ବର୍ଷ ବୟସର ଡାକ୍ତରଙ୍କ ମଧ୍ୟରେ ଅଧିକ ଅସୁରକ୍ଷିତତା ଅନୁଭବ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରେନି ବା ପିଜି ଟ୍ରେନି ଥିଲେ ।

ନାଇଟ୍ ଡ୍ୟୁଟି ପାଇଁ ନାହିଁ ଅଲଗା ରୁମ୍ :-

ସର୍ଭେରେ ୪୫% ଡାକ୍ତର କହିଛନ୍ତି ଯେ, ନାଇଟ୍ ଡ୍ୟୁଟି ପାଇଁ ସେମାନଙ୍କର ଅଲଗା ଡ୍ୟୁଟି ରୁମ୍ ନାହିଁ । ଆହୁରି ମଧ୍ୟ ଏକ ତୃତୀୟାଂଶ ଡ୍ୟୁଟି ରୁମରେ ଆଟାଚ୍ ବାଥରୁମର ସୁବିଧା ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶର ପ୍ରାଇଭେସି ନାହିଁ । ୫୩% ଡ୍ୟୁଟି ରୁମ୍ ୱାର୍ଡ କିମ୍ବା ଜରୁରୀକାଳୀନ ୱାର୍ଡ ଠାରୁ ୧୦୦ ରୁ ୧୦୦୦ ମିଟର ଦୂରରେ ରହିଥାଏ । ଯେଉଁ ଡାକ୍ତରମାନେ ୩୫ ବର୍ଷରୁ କମ୍ ଥିଲେ, ସେମାନଙ୍କ ମଧ୍ୟରୁ ୬୧% ଟ୍ରେନି ବା ପିଜି ଟ୍ରେନି ଥିଲେ । ୨୪.୧% ଡାକ୍ତର ରିପୋର୍ଟ କରିଛନ୍ତି ଯେ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ୧୧.୪% ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛନ୍ତି ।