fbpx

୨୪ ଘଣ୍ଟାରେ କରୋନାରେ ୩୯୧ ମୃତ

ନୂଆଦିଲ୍ଲୀ, ୧୩ା୧୨: ଦେଶରେ ଦିନକରେ ୩୯୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୯କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୩୦ ହଜାର ୨୫୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାଦ୍ୱାରା ମୋଟ ଆକ୍ରାନ୍ତ ୯୮ ଲକ୍ଷ ୫୭ ହଜାର ୨୯କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ୍ କେସ୍ ୩ ଲକ୍ଷ ୫୬ ହଜାର ୫୪୬ ଥିବା ବେଳେ ସୁସ୍ଥ ସଂଖ୍ୟା ୯୩ ଲକ୍ଷ ୫୭ ହଜାର ୪୬୪ ରହିଛି । ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି ।

Get real time updates directly on you device, subscribe now.