ଓଡିଶା ପୋଲିସ ପାଇଁ ଗର୍ବର ବିଷୟ; ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ମେଡାଲ

ଓଡିଶା ଭାସ୍କର; ୪ ଓଡିଆ ପୋଲିସ ଅଫିସରଙ୍କୁ ମିଳିବ ପଦକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ” ପାଇଁ ନାମ ଘୋଷଣା କରିଛି। ଏହି ମେଡାଲ-୨୦୨୩ ପାଇଁ ଦେଶର ୧୪୦ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ ରହିଛନ୍ତି ୪ ଓଡ଼ିଆ ପୋଲିସ ଅଧିକାରୀ। ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନଓ ରଞ୍ଜନ ପ୍ରଧାନ, ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି । ଯାହା ଓଡିଶା ପୋଲିସ ପାଇଁ ଏକ ଗର୍ବର ବିଷୟ ପାଲିଟିଛି ।

ସୂଚନା ପ୍ରକାଶ ଯେ , ସିବିଆଇରୁ ୧୫ ଜଣ, ଏନଆଇଏରୁ ୧୨, ଉତ୍ତର ପ୍ରଦେଶରୁ ୧୦, କେରଳ ଏବଂ ରାଜସ୍ଥାନରୁ ୯, ତାମିଲନାଡୁରୁ ୮, ମଧ୍ୟପ୍ରଦେଶରୁ ୭ ଏବଂ ଗୁଜୁରାଟରୁ ୬ ଏବଂ ଅନ୍ୟ ରାଜ୍ୟ /ୟୁଟୁଏସ୍ / ସଂଗଠନଗୁଡ଼ିକର ଅଧିକାରୀ ମନୋନୀତ ହୋଇଛନ୍ତି। ୨୨ ମହିଳା ପୋଲିସ ଅଧିକାରୀ ସମେତ ୧୪୦ ଜଣ ମନୋନୀତ ହୋଇଛନ୍ତି । ପ୍ରତିବର୍ଷ ଅଗଷ୍ଟ ୧୨ ରେ ଏହି ପଦକ ପାଇଁ ଘୋଷଣା କରାଯାଏ।