ଅଦାନୀ-ଅମ୍ବାନୀଙ୍କଠାରୁ ରାଧାକିଶନ ଧମାନୀଙ୍କ ପର୍ଯ୍ୟନ୍ତ, କେତେ ଗରିବ ହୋଇଗଲେ ଦେଶର କୋଟିପତି, ଜାଣନ୍ତୁ

ସପ୍ତାହର ପ୍ରଥମ ଦିନ ଭାରତୀୟ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଏଥିରେ ଦେଶର ଧନୀ ଲୋକଙ୍କ କମିଯାଇଛି ସଂପତ୍ତି

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୮୦ ଦେଶରେ ଟାରିଫ ବଢାଇଦେଇଛନ୍ତି। ଯେଉଁ କାରଣ ପାଇଁ ସେୟାର ବଜାରରେ ହାହାକାର ସୃଷ୍ଟି ହୋଇଛି ଏବଂ ନିବେଶକମାନଙ୍କ ଅବସ୍ଥା ସୋଚନୀୟ ହୋଇପଡିଛି। ସପ୍ତାହର ପ୍ରଥମ ଦିନ ଭାରତୀୟ ସେୟାର ବଜାରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି।

ସେନସେକ୍ସ ୩୦୦୦ରୁ ଅଧିକ ଅଙ୍କ ଭାଙ୍ଗିବା ସୟହ ନିଫ୍ଟି ୯୦୦ ଅଙ୍କରୁ ଅଧିକ ଖସିଛି। ସେହିପରି ଆଜି ନିଫ୍ଟି ବିଏସଇରେ ୩.୨୪ ପ୍ରତିଶତର ହ୍ରାସ ସହ ୨୨,୧୬୧.୬୦ ଟଙ୍କାରେ ବନ୍ଦ ହୋଇଛି ଏବଂ ସେନସେକ୍ସ ୨.୯୫ ପ୍ରତିଶତର ହ୍ରାସ ସହ ୭୩, ୧୩୭.୯୦ ଟଙ୍କାରେ ବନ୍ଦ ହୋଇଛି।

ଏହି ହ୍ରାସ ଦେଶର ଧନୀ ଲୋଙ୍କୁ କ୍ଷତିରେ ପକାଇଛି। ଫୋବର୍ସର ରିୟଲ-ଟାଇମ ବିଲିୟନେୟର୍ସ ତାଲିକା ଅନୁସାରେ, ଭାରତର ଚାରିଜଣ କୋଟିପତି- ମୁକେଶ ଅମ୍ବାନୀ, ଗୌତମ ଅଦାନୀ, ସାବିତ୍ରୀ ଜିନ୍ଦଲ, ଶିବ ନାଦରଙ୍କ ସମୁଦାୟ ସଂପତ୍ତିରେ ସୋମବାର ଦିନ ୧୦.୩ ବିଲିୟନ ଡଲାରର ହ୍ରାସ ଦେଖିବାକୁ ମିଳିଛି।

ମୁକେଶ ଅମ୍ବାନୀଙ୍କୁ ବଡ଼ ଝଟକା: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ସବୁଠୁ ବଡ଼ ଝଟକା ଲାଗିଛି, ସେମାନଙ୍କ ସଂପତ୍ତି ୩.୬ ବିଲିୟନ ଡଲାର ହ୍ରାସ ପାଇ ୮୭.୭ ବିଲିୟନ ଡଲାର ହୋଇଯାଇଛି। ଅନ୍ୟ ସବୁଠୁ ଧନୀ ଭାରତୀୟ ଗୌତମ ଅଦାନୀଙ୍କ ସଂପତ୍ତିରେ ୩ ବିଲିୟନ ଡଲାରର ହ୍ରାସ ଦେଖିବାକୁ ମିଳିଛି, ଏଥିରେ ସେମାନଙ୍କର ସମୁଦାୟ ସଂପତ୍ତି ହ୍ରାସ ପାଇ ୫୭.୩ ବିଲିୟନ ଡଲାର ହୋଇଛି।

ଫୋବର୍ସର ରିୟଲ-ଟାଇମ ବିଲିୟନେୟର୍ସ ତାଲିକା ଅନୁସାରେ, ଭାରତର ସବୁଠୁ ଧନୀ ବ୍ୟକ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ସଂପତ୍ତି ୩.୬ ବିଲିୟନ ଡଲାର ହ୍ରାସ ପାଇ ୮୭.୭ ବିଲିୟନ ଡଲାର ରହିଛି।

ଗୌତମ ଅଦାନୀଙ୍କର ସଂପତ୍ତି ୩ ବିଲିୟନ ଡଲାର କମି ୫୭.୩ ବିଲିୟନ ରହିଛି ସଂପତ୍ତି। ରାଧାକିଶନ ଦମାନୀଙ୍କର ସଂପତ୍ତି ୩୩୫ ବିଲିୟନ ଡଲାର ହ୍ରାସ ଦେଖିବାକୁ ମିଳିଛି, ଏଥିରେ ସମୁଦାୟ ସଂପତ୍ତି ହ୍ରାସ ପାଇ ୧୭.୨ ବିଲିୟନ ଡଲାର ରହିଛି।