fbpx

ଅଜଣା ଜନ୍ତୁ ଆକ୍ରମଣରେ ୪୦ଟି ମେଣ୍ଢା ମୃତ! କୋକୁଆ ଭୟରେ ଗ୍ରାମବାସୀ

Advertisement

ଓଡ଼ିଶା ଭାସ୍କର: ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମେଣ୍ଢା ରକ୍ତ ଶୋଷି ନେଲା ଅଜଣା ଜନ୍ତୁ। ଶୁକ୍ରବାର ରାତିରେ ଆରଦା ଗ୍ରାମରେ ସାଧୁ ଚରଣ ରାଉତଙ୍କର ୪୦ଟି ମେଣ୍ଢା ଅଚାନକ ପ୍ରାଣ ହରାଇଥିଲେ।

ସୂଚନା ଅନୁଯାଇ ମେଣ୍ଢା ମାନଙ୍କର ବେକରେ କ୍ଷତ ଚିହ୍ନ ରହିଛି। କୌଣସି ଅଜଣା ଜନ୍ତୁ ରକ୍ତ ଶୋଷି ମେଣ୍ଢା ମାନଙ୍କୁ ମାରି ଥିବା ଅନୁମାନ କରୁଛନ୍ତି ଗ୍ରାମ ବାସୀ। ଏଭଳି ଘଟଣାକୁ ନେଇ ଗାଁ ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ମେଣ୍ଢା ମାନଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ିନାହିଁ।

 

Get real time updates directly on you device, subscribe now.