ବର୍ତ୍ତମାନ ସୋସିଆଲ ମିଡିଆରେ ନିଜକୁ ଭାଇରାଲ ହେବାର ଇଚ୍ଛା ଲୋକମାନଙ୍କୁ ବାଇଆ କରି ଦେଲାଣି । ସେଥିପାଇଁ ସେମାନେ ଦିନକୁ ଦିନ ଏମିତି ଭିଡିଓ କରି ସେୟାର କରୁଛନ୍ତି ଯାହାକୁ ଦେଖିଲେ ସେଥିରୁ କିଛି ଶିକ୍ଷା ମିଳିବା ଦୂର କଥା ଏଥିରୁ ଲୋକମାନେ ଖରାପ ବାର୍ତ୍ତା ଗ୍ରହଣ କରୁଛନ୍ତି । ତେବେ ଏହି ଭଳି କାର୍ଯ୍ୟକୁ ରୋକିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ନିରନ୍ତର ପ୍ରୟାସ କରାଯାଇଛି ।
ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଗାଡି ଚଳାଉଥିବାର ଦେଖିବାକୁ ମିଳିଛି । ତେବେ ସେ ଏହି ଗାଡିକୁ ସାଧାରଣ ମଣିଷଙ୍କ ପରି ନୁହେଁ ଯେପରି ଷ୍ଟଣ୍ଟ କରୁଥିବା ଭଳି ଚଳାଉଥିଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡିଛି । ଏଥିପାଇଁ ତାଙ୍କୁ ଚାଲାଣ ଭରିବାକୁ ପଡିଛି । ତେବେ ଏହି ଭିଡିଓଡି ୨୮ ସେକେଣ୍ଡର ହୋଇଥିବା ବେଳେ ଏହାକୁ ଦୁର୍ଗ ପୋଲିସ ନିଜ ଟ୍ୱିଟର ହ୍ୟାଲେଣ୍ଡରେ ସେୟାର କରିଛି । ଏଥିପାଇଁ ୪୨୦୦ ଟଙ୍କା ସେ ଚାଲାଣ ଭରିଛନ୍ତି ।
ସୋସିଆଲ ମିଡିଆରେ ଏହିଭଳି ଅନେକ ଭିଡିଓ ଭାଇରାଲ ହେଉଛି ।ଆପଣ ଯଦି କିଛି ଶିଖୁ ନାହାନ୍ତି ଦୟାକରି ଏଭଳି ଖରାପ କାମକୁ ପ୍ରସୟ ଦିଅନ୍ତୁ ନାହିଁ ।
▪️स्टंटबाज, मोडिफाइड साइलेंसर, रैश ड्राइविंग करने वालों के विरुद्ध लगातार दुर्ग पुलिस के द्वारा कार्यवाही की जा रही है।
▪️ कृपया यातायात के नियमों का पालन करें।
▪️यातायात पुलिस व्हाट्सएप हेल्पलाइन नंबर 94791-92029।@SadakSuraksha#trafficpolicedurg #Durgpolice pic.twitter.com/5KBTs0ED2R
— Durg Police (@PoliceDurg) September 24, 2022