fbpx

ରଥଯାତ୍ରା ପାଇଁ ପୁରୀରେ ୪୮ ଘଣ୍ଟିଆ କର୍ଫ୍ୟୁ; ଜାରି ହେଲା ହେଲ୍ପଲାଇନ ନମ୍ବର

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରଥଯାତ୍ରା ପାଇଁ ପୁରୀ ସହରରେ ଦୁଇ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ ଏହି କର୍ଫ୍ୟୁ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି । ବିନା ଭକ୍ତରେ ହେବାକୁ ଥିବା ରଥଯାତ୍ରା ପାଇଁ କେବଳ ସେବକ ଓ ପୋଲିସ ଅଂଶଗ୍ରହଣ କରିବେ ।

ଏହା ସହିତ କର୍ଫ୍ୟୁ ସମ୍ପର୍କରେ କୌଣସି ସୂଚନା ପାଇଁ ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଶନିବାର ସକାଳ ଠାରୁ ଏହି ଜରୁରୀକାଳୀନ ଟୋଲ ଫ୍ରି ନମ୍ବର କାର୍ଯ୍ୟକାରୀ ହେବ । ଟୋଲ ଫ୍ରି ନମ୍ବରଟି ହେଉଛି ୧୮୦୦୩୪୫୭୯୪୫ ।

Get real time updates directly on you device, subscribe now.