fbpx

ଖୁଲମ୍‌ଖୁଲା ମଦ ବିକ୍ରିକୁ ଲଗାମ୍‌ ଲଗାଇବାକୁ ଆକ୍ସନ୍‌ ମୋଡ଼ରେ ପୋଲିସ: ୨୨୪ ବୋତଲ ବିଦେଶୀ ମଦ ଜବତ, ୫ ଗିରଫ

ରାଜଗାଙ୍ଗପୁର (ଭାସ୍କର ନ୍ୟୁଜ୍‌): ରାଜଗାଙ୍ଗପୁର ସହରରେ ବେଆଇନ୍ ମଦ ଓ ଡ୍ରଗ୍ସ କରବାରକୁ ରାଜଗାଙ୍ଗପୁର ପୋଲିସ ଚାଲେଞ୍ଜ କରି ଚଲାଇଲେ କିଛି ବେପାରୀ। ସହରରେ ଥିବା ବିଭିନ୍ନ ଢ଼ାବା ମାନଙ୍କରେ ଚାଲିଥିଲା ଖୁଲମ୍ ଖୁଲା ମଦ ବିକ୍ରି। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନ ମୋଡ଼କୁ ଆସିଥିଲା ଜିଲ୍ଲା ପ୍ରଶାସନ।  ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ମାତ୍ର ୨ଦିନ ଭିତରେ ରାଜଗାଙ୍ଗପୁର ପୋଲିସ ଆକ୍ସନ ନେଇଛି ।  ଢ଼ାବାରେ ଗୁଡ଼ିକରେ ଖୁଲମ ଖୁଲା ମଦ ବିକ୍ରି ଚାଲିଥିବା ବେଳେ ହଠାତ ଚଢ଼ଉ କରିଥିଲା ପୋଲିସ। ଏହି ମାମଲାରେ ସଂପୃକ୍ତି ଥିବା  ମୁଖ୍ୟ ଅପରାଧୀ ସମେତ ୫ଜଣକୁ ଗିରଫ କରିଛି। ଏଥି ସହିତ ବିପୁଳ ପରିମାଣ ମଦ ଜବତ କରିଛି ରାଜଗାଙ୍ଗପୁର ପୋଲିସ।

ସୂଚନା ଅନୁଯାଇ ଗତ କାଲି ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଥିବା ଢ଼ାବାରେ ଅତର୍କିତ ଚଢ଼ାଉ କରାଯାଇ ଥିଲା । ଏହି ଚଢ଼ାଉ ରେ ପୋଲିସ ଢ଼ାବା ଗୁଡିକ ରୁ ୨୨୪ ବୋତଲ (୧୧୩.୮୦ଲିଟର )ବିଦେଶୀ ମଦ ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ୍ୟ ଟଙ୍କା ହେବ ତାହାକୁ ଜବତ କରିଛି । ପୋଲିସ ଅଭିଯୁକ୍ତ ଢ଼ାବା ମାଲିକଙ୍କ ନାମରେ କେଶ ନମ୍ବର ୨୮୭,୨୮୮,୨୮୯,୨୯୦,୨୯୧,୨୯୨ ୟୁ /ଏସ ୫୨(ବ)ସ ରେ ମାମଲା ରଜୁ କରିଛି । ରାଜଗାଙ୍ଗପୁର ପୋଲିସର ଏଭଳି କାର୍ଯ୍ୟକୁ ନେଇ ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.