fbpx

ପରୀକ୍ଷା ପାଇଁ ୫ ଘଣ୍ଟା ଇଣ୍ଟରନେଟ୍ ବନ୍ଦ, ଚିଟିଂ ଏବଂ ପେପର ଲିକ୍ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ରାଞ୍ଚି: ଝାଡ଼ଖଣ୍ଡରେ ଜେନେରାଲ ଗ୍ରାଜୁଏଟ୍ ଲେଭଲ କମ୍ପେଟେଟିଭ୍ ଏକଜାମିନେସନ୍‌(JGGLCCE)କୁ ଶୃଙ୍ଖଳିତ କରିବା ଦିଗରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଶନିବାର ଏବଂ ରବିବାର ହେବାକୁ ଥିବା ଏହି ପରୀକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷାରେ ଚିଟିଂ ଏବଂ ପେପର ଲିକ୍ ଭଳି ମାମଲା ଉପରେ ରୋକ୍ ଲଗାଇବା ଦିଗରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପରୀକ୍ଷା ପ୍ରସ୍ତୁତିକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପରୀକ୍ଷା ସମୟରେ କୌଣସି ପ୍ରକାର ଅନିୟମିତା ବରଦାସ୍ତ କରାଯିବ ନାହିଁ । ପରୀକ୍ଷା ସମୟରେ କେହି ନିୟମ ଉଲଂଘନ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୋରେନ୍ ‘ଏକ୍ସ’ରେ ଏକ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି । ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକସନ୍ କମିସନ(JSSC)ର ଏକ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟରେ ମୋଟ୍ ୮୨୩ କେନ୍ଦ୍ରରେ ପରୀକ୍ଷା ଆୟୋଜିତ ହେଉଛି । ପ୍ରାୟ ୬.୩୯ ପରୀକ୍ଷାର୍ଥୀ ଏଥିରେ ଭାଗ ନେଇଛନ୍ତି । ସାଧାରଣତଃ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ମେସେଜିଂ ବା ଚାଟିଂ ମାଧ୍ୟରେ ପେପର ଲିକ୍ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.