fbpx

(Video) ସହିଦ ଯବାନଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା: ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ଘୋଷଣା

ଭୁବନେଶ୍ୱର: ଆଜି ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଉତ୍ସବମୁଖର ହୋଇଛି ସାରା ଭାରତ । କିନ୍ତୁ ଆଜି ଭଳି ଦିନରେ କାନ୍ଦି ଉଠିଛି ଦେଶକୁ ରକ୍ଷା କରିବା ପାଇଁ ସୀମାରେ ସହିଦ ହୋଇଥିବା ବୀର ଯବାନଙ୍କ ପରିବାର । ଏହାସହିତ ଏହି ଶୋକସନ୍ତପ୍ତ ପରିବାରର ଦୁଃଖରେ କାନ୍ଦୁଛି ଓଡ଼ିଶାର ଳୋକପ୍ରିୟ ଡିଜିଟାଲ ମିଡିଆ ଓଡ଼ିଶା ଭାସ୍କର । ତେଣୁ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ଭାସ୍କର ପରିବାର ତରଫରୁ ବୀର ଯବାନଙ୍କ ସ୍ମରଣ ଉଦ୍ଦେଶ୍ୟରେ ପାଳନ ହୋଇଯାଇଛି ‘ମା ତୁଝେ ସଲାମ୍’ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟପାଳ ସହିଦ ଯବାନମାନଙ୍କୁ ଏକ ବଡ଼ ସମ୍ମାନ ଦେଇଛନ୍ତି । ସହିଦ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟପାଳ ।

ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ବୀର ସହିଦ ଯବାନମାନଙ୍କୁ ସ୍ମରଣ କରିବା ପାଇଁ ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ଭାସ୍କର ପାଳନ କରୁଛି ୧୫ତମ ‘ମା ତୁଝେ ସଲାମ୍’ । ଏଥିରେ ଭାରତ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପରିବାରକୁ ନିମନ୍ତ୍ରଣ କରି ସେମାନଙ୍କୁ ସମ୍ମାନିତ କରିଛି ଓଡ଼ିଶା ଭାସ୍କର । ଆଜିର ଏହି ମହତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବୀର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ‘ମା ତୁଝେ ସଲାମ୍’ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟପାଳ ସହିଦଙ୍କ ପରିବାରକୁ ସମ୍ମାନିତ କରିବା ସହ ସେମାନଙ୍କ ପାଇଁ ବୀରତାର ପ୍ରତିଦାନ ଘୋଷଣା କରିଛନ୍ତି । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦ ଯବାନମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ରାଶି ଘୋଷଣା କରିଛନ୍ତି ରାଜ୍ୟପାଳ ।

‘ମା ତୁଝେ ସଲାମ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ୫ ବୀର ଯବାନଙ୍କୁ ସମ୍ମାନୀତ କରାଯାଇଛି । ସହିଦ ପ୍ରକାଶ ଚନ୍ଦ୍ର ଶିଅଳ, ସିଦ ପ୍ରତାପ ରଞ୍ଜନ ପରିଡ଼ା ଏବଂ ସହିଦ ସରୋଜ କୁମାର ଦାସଙ୍କ ସମେତ ସହିଦ ସମୀର କୁମାର ଜାଲ ଏବଂ ସହିଦ ଭାଗୀରଥ ମହାନ୍ତିଙ୍କ ପରିବାରକୁ ସମ୍ମାନିତ କରିଛି ଓଡ଼ିଶା ଭାସ୍କର । ଓଡ଼ିଶା ଭାସ୍କରର ଏଭଳି ଏକ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳଙ୍କ ବ୍ୟତୀତ କାର୍ଯ୍ୟକ୍ରମରେ ଭାରତୀୟ ସେନାର ବିଭାଗର ପ୍ରମୁଖ ଅଧିକାରୀ ଏବଂ ସିନେ କଳାକାରଙ୍କ ସହ ଓଡ଼ିଶା ଭାସ୍କର ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.