fbpx

ଏହି ୫ଟି ଭୁଲ୍ ଯୋଗୁ ତୁଟିଯାଏ ପ୍ରେମ ସଂପର୍କ, ପସ୍ତାଇବା ପୂର୍ବରୁ ସୁଧାରି ନିଅନ୍ତୁ

ନୂଆଦିଲ୍ଲୀ: ସଂପର୍କ ତିଆରି କରିବା ଯେତିକି ସହଜ ସଂପର୍କକୁ ବଜାୟ ରଖିବା କିନ୍ତୁ ବହୁତ କଷ୍ଟ ହୋଇଥାଏ । କୌଣସି ବି ସଂପର୍କକୁ ବଜାୟ ରଖିବା ପାଇଁ ପରସ୍ପରକୁ ବୁଝିବା, ପରସ୍ପରର ସୁଖ ଦୁôଖରେ ଭାଗି ହେବା ଆବଶ୍ୟକ ପଡିଥାଏ । କିନ୍ତୁ ବହୁ ସମୟରେ ନିଜ ଅଜାଣତରେ ଲୋକମାନେ ସଂପର୍କକୁ ବିଗାଡି ଦେଇଥାନ୍ତି । ସଂପର୍କ ବିଗାଡିବାରେ ଲୋକଙ୍କ ବ୍ୟବହାର ବଡ ଭୂମିକା ଗ୍ରହଣ କରିଥାଏ ।
ବିିଭିନ୍ନ ସଂପର୍କ ମଧ୍ୟରେ ପ୍ରେମ ସଂପର୍କ ବହୁତ ସମ୍ବେଦନଶୀଳ ହୋଇଥାଏ । ସାମାନ୍ୟ ବୁଝାମଣା ଅଭାବରେ ଏକ ନିବିଡ ପ୍ରେମ ସଂପର୍କ ନିମିଷକେ ତୁଟିଯାଏ । ଆଜି ଆମେ ଏଠି ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସଂପର୍କର ଗଭୀରତା ଓ ସ୍ଥାୟୀତ୍ୱ ଉପରେ ବେଶ୍ ଖରାପ ପ୍ରଭାବ ପକାଇଥାଏ ।

ଅବ୍ୟକ୍ତ ଆଶା: ନିଜ ପ୍ରେମୀ ଠାରୁ କ’ଣ ଚାହୁଁଛନ୍ତି ତାହା ପ୍ରକାଶ ନ କରି କେବଳ ମନ ମଧ୍ୟରେ ଏହାକୁ ରଖିବା ଦ୍ୱାରା ସଂପର୍କ ଦୂର୍ବଳ ହୋଇଥାଏ । ମନ ଭିତରେ ନିଜ ଇଚ୍ଛାକୁ ବନ୍ଦ କରି ରଖିବା ଦ୍ୱାରା ପରସ୍ପର ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇଥାଏ । ରିଲେସନସିପ୍‌ରେ ଲୋକମାନେ ଆଶା କରିଥାନ୍ତି କି କିଛି ନ କହି ବି ପାର୍ଟନର ତାଙ୍କ ମନ କଥା ବୁଝିପାରୁ । କିନ୍ତୁ ଏପରି ନ ହେବା ଦ୍ୱାରା ମନରେ ଦୁଃଖ ସୃଷ୍ଟି ହୋଇଥାଏ ଓ ଏଥିରୁ ଦୂରତ୍ୱ ସୃଷ୍ଟି ହୋଇଥାଏ ।

ସର୍ବଦା ନିଜକୁ ଠିକ୍ ଭାବିବା: ସର୍ବଦା ନିଜକୁ ଠିକ୍ ଭାବିବା ମଧ୍ୟ ଆପଣଙ୍କ ସଂପର୍କକୁ ଖରାପ କରିଦେଇପାରେ । ଏହାଦ୍ୱାରା ପରସ୍ପର ମଧ୍ୟରେ କଳି ଝଗଡା ବଢିଥାଏ । ଯଦି ରିଲେସନସିପ୍‌ରେ ଦୁଇ ଜଣ ପରସ୍ପରକୁ ବୁଝିବା ପରିବର୍ତ୍ତେ ନିଜକୁ ଠିକ୍ ଓ ଅନ୍ୟକୁ ଭୁଲ୍ ବୋଲି ମାନିବେ ତେବେ ଏହାଦ୍ୱାରା ସଂପର୍କ ଉପରେ ଖରାପ ପ୍ରଭାବ ପଡିବ ।

ଅଣଦେଖା କରିବା: ଯଦି ଆପଣ ପରସ୍ପରକୁ ଅଣଦେଖା କରିବେ ତେବେ ଏହା ଆପଣଙ୍କ ସଂପର୍କର ମୂଳଦୂଆକୁ ଦୂର୍ବଳ କରିଦେବ । କଷ୍ଟକର ସମୟରେ ଦୂରେଇ ରହିବା, କଥାକୁ ଗୁରୁତ୍ୱ ନ ଦେବା, ଭାବନାତ୍ମକ ରୂପରେ ନିଜକୁ ପଛକୁ କରିଦେବା ପରସ୍ପର ମଧ୍ୟରେ ଏକ ଫାଟ ସୃଷ୍ଟି କରିଥାଏ ।
ଭୁଲ୍‌ର ହିସାବ ରଖିବା: ଭୁଲ୍ ସମସ୍ତଙ୍କ ଦ୍ୱାରା ହୋଇଥାଏ । କିନ୍ତୁ ପରସ୍ପରର ଭୁଲ୍‌ର ହିସାବ ରଖିବା ଦ୍ୱାରା ସଂପର୍କ ବିଷାକ୍ତ ହୋଇଯାଇପାରେ । ତେଣୁ ଏପରି ଅଭ୍ୟାସକୁ ବଦଳାଇ ଦିଅନ୍ତୁ ।

‘ମୋ ପରି ହୁଅ’ ମାନସିକତା: ଏପରି ମାନସିକତା ମଧ୍ୟ ସଂପର୍କକୁ ଦୂର୍ବଳ କରିଦିଏ । ଆପଣଙ୍କ ପରି ଆପଣଙ୍କ ପାର୍ଟନର ଆଚରଣ କରନ୍ତୁ ଏପରି କିଛି ଚାହାନ୍ତୁ ନାହିଁ । ଏହା ଆପଣଙ୍କ ପାର୍ଟନର ଉପରେ ଚାପ ପକାଇପାରେ । ଫଳରେ ତାଙ୍କ ମାନସିକ ସନ୍ତୁଳନ ବିଗିଡି ଯାଇପାରେ ।

Get real time updates directly on you device, subscribe now.