fbpx

ଆସିଲା ୫୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର,୧୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ୫୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । ୨୨ବର୍ଷୀୟ ଯୁବକ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ୨୦ମାର୍ଚ୍ଚରୁ ୧୦ଏପ୍ରିଲ ମଧ୍ୟରେ ୟୁନିଟ-୩, ଷ୍ଟେସନ ଛକ, ସତ୍ୟନଗର ଏବଂ ଝାରପଡ଼ାକୁ ବେଳେ ବେଳେ ନିଜ ସାଙ୍ଗ ଓ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ । ଗତ ୧୦ଏପ୍ରିଲରେ ତାଙ୍କ ନମୂନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ସେହି ୧୦ ତାରିଖରେ ହିଁ ତାଙ୍କୁ କିମ୍ସ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.