ରଥ ଚକାରେ ଚାପି ହୋଇଗଲେ ଭକ୍ତ, ୬ଜଣ ଆହତ, ଜଣେ ଗୁରୁତର

ରଥରେ ଚାପି ହୋଇଗଲେ ୬ ଶ୍ରଦ୍ଧାଳୁ, ହସ୍ପିଟାଲରେ ଭର୍ତ୍ତି

ବିନିକା: ଆଜି ମହାପ୍ରଭୁଙ୍କ ସୁନାବେଶ। ଗତକାଲି ଥିଲା ବାହୁଡ଼ା ଯାତ୍ରା। ପୁରୀ ଭଳି ଅନେକ ସ୍ଥାନରେ ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ଖୁବ ଆଡ଼ମ୍ବରର ସହ ପାଳନ କରାଯାଇଥାଏ। ତେବେ ବର୍ତ୍ତମାନ ଏକ ଅଘଟଣ ଖବର ବିନିକାରୁ ଆସିଛି। ଏଠାରେ ରଥ ଚକାରେ ଚାପି ହୋଇଯାଇଛନ୍ତି ୬ଜଣ।

ବିନିକା କଂସାରୀପଡ଼ାରେ ଚାଲିଥିବା ବାହୁଡ଼ାଯାତ୍ରାରେ ଏହି ବଡ଼ ଅଘଟଣ ଘଟିଛି। ୪ଜଣ ନାବାଳକଙ୍କ ସମେତ ୬ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଥୁବା ଜଣେ ନାବାଳକ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ଆହତମାନେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।