ନ୍ୟୁୟର୍କ: ଆମେରିକାରେ ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ନ୍ୟୁୟର୍କର ହଡସନ ନଦୀରେ ଯାଇ ପଡ଼ିଥିବା ସୂଚନା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଗୁରୁବାର ଦିନ ଏହି ଦୁର୍ଘଟଣା ଘଟିଥିବାବେଳେ ଅନବୋର୍ଡ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ନଦୀରୁ ୬ ଜଣଙ୍କ ମୃତଦେହ ମିଳିସାରିଥିବା ସୂଚନା ।
ଦୁର୍ଘଟଣାର କାରଣ ଅସ୍ପଷ୍ଟ, ହଡସନ ନଦୀର ୨ ପାଶ୍ୱର୍ରେ ନ୍ୟୁୟର୍କ ଓ ନ୍ୟୁଜର୍ସି ଅବସ୍ଥିତ । ନଦୀରୁ ହେଲିକପ୍ଟରର ଅବଶେଷ ଖୋଜରା ଚାଲିଥିବାବେଳେ ଦୁର୍ଘଟଣାର କାରଣ ଖୋଯୁଛି ତଦନ୍ତକାରୀ ସଂସ୍ଥା ।