fbpx

ହାଇଦର୍ ଫେରାର୍ ଘଟଣା: ୬ ପୋଲିସ୍ ଅଫିସର ସସପେଣ୍ଡ୍

ଭୁବନେଶ୍ୱର, ୧୧ା୪(ଓଡିଶା ଭାସ୍କର) : କଟକ ବଡ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟାର ହାଇଦର୍ ଫେରାର୍ ଘଟଣାରେ ସୁରକ୍ଷା ଦାୟିତ୍ୱରେ ଥିବା ୬ ଜଣ ପୋଲିସ୍ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ୫ କନେଷ୍ଟବଳ ଏବଂ ଜଣେ ହାବିଲଦାରକୁ ଗିରଫ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଭାଗୀୟ ତଦନ୍ତ ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି । ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ନିଲମ୍ବିତ ହୋଇଥିବା ବେଳେ କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଏବଂ ସୁଧାଂଶୁ ମାଝୀ ନିଲମ୍ବିତ ହୋଇଛନ୍ତି । ଏନେଇ ସମ୍ବଲପୁର ଏସପି ସୁଚନା ଦେଇଛନ୍ତି ।

ସୁଚନା ଅନୁଯାୟୀ, ଶନିବାର ଦିନ କଟକ ଏସସିବିର ସର୍ଜରୀ ଓ୍ୱାର୍ଡରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଯାଇଥିଲା । ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ହୋଇଛି । ସେପଟେ ହାଇଦର ଧରିବା ପାଇଁ କଟକରେ ଡିସିପିଙ୍କ ନେତୃତ୍ଵରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି ।

Get real time updates directly on you device, subscribe now.