ଯିଏ ଶୁଣୁଛି ସିଏ ମୁଣ୍ଡରେ ହାତ ଦେଉଛି ! ଏମିତି କ’ଣ ଘଟିଲା ଯେ, ଏକାଥରକେ ୬୮ ମହିଳା ହୋଇଗଲେ…

ଗାଜିଆବାଦ୍: ଦିନ ପ୍ରତିଦିନ ଖବରକାଗଜ ହେଉ ଅବା ନ୍ୟୁଜ ଚ୍ୟାନେଲ, ସବୁଥିରେ କିଛି ଅଜବ ଗଜବ ଘଟଣା ଆମ ନଜରକୁ ଆସୁଛି । କିନ୍ତୁ ଉତ୍ତର ପ୍ରଦେଶ ଗାଜିଆବାଦରେ ଏମିତି କିଛି ଘଟିଛି ଯାହାକୁ ଶୁଣିଲା ପରେ ଲୋକେ ମୁଣ୍ଡରେ ହାତ ଦେଉଛନ୍ତି । ଏ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ସ୍ଥାନୀୟ ଅଞ୍ଚଳରେ ୬୮ ଜଣ ମହିଳା ଏକାଥରକେ ହୋଇଯାଇଛନ୍ତି ଏଚ୍ଆଇଭି ସଂକ୍ରମିତ । ସଂକ୍ରମିତଙ୍କ ଭିତରୁ ମାତ୍ର ୨୦ ଜଣ ମହିଳା କହୁଛନ୍ତି ଯେ, ସେମାନେ ଲୋକାଲ୍ ମାର୍କେଟରେ ଟାଟୁ ଦୋକାନରେ ଟାଟୁ କରିବା କାରଣରୁ ସେମାନଙ୍କୁ ଏଚ୍ଆଇଭି ହୋଇଛି । ବାକି ମହିଳା କ’ଣ ପାଇଁ ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ସ୍ଥାନୀୟ ଡାକ୍ତରଖାନା କର୍ମଚାରୀଙ୍କ ମତରେ ପ୍ରତି ବର୍ଷ ୧୫-୨୦ ମହିଳା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ସଂକ୍ରମିତ ହେବା ସତ୍ତ୍ୱେ ସେମାନଙ୍କର ପ୍ରସବ ଭଲ ଭାବେ ହୋଇଯାଉଥିବା କହିଛନ୍ତି କମ୍ପାଉଣ୍ଡର।

ଯେଉଁମାନେ ଟାଟୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ପାଇଁ ଜାଣିବା ନିହାତି ଦରକାର ଯେ, ଟାଟୁ କରିବା ଦ୍ୱାରା ଏଚ୍ଆଇଭି ହେବା ଅସମ୍ଭବ ନୁହେଁ । କାରଣ ଟାଟୁ କରୁଥିବା ବ୍ୟବସାୟୀ ଯଦି ଗୋଟିଏ ଛୁଞ୍ଚିରେ ଏକାଧିକ ଲୋକଙ୍କ ଟାଟୁ ବନାନ୍ତି କିମ୍ବା ସ୍ୱଚ୍ଛତା ନ ଆପଣାନ୍ତି ତେବେ ସେମାନଙ୍କୁ ଏଚ୍ଆଇଭି ବ୍ୟତୀତ ଅନ୍ୟ ରୋଗ ହେବାର ଆଶଙ୍କା ରହିଥାଏ । ଟାଟୁ କରିବା ପୂର୍ବରୁ ଏ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଯଦି ଏସବୁ ଜିନିଷକୁ ଧ୍ୟାନ ନ ଦିଅନ୍ତି ଏବଂ ଯେକୌଣସି ସ୍ଥାନରେ ହିଁ ଯାଇ ଟାଟୁ କରନ୍ତି ତେବେ ଶରୀର ପ୍ରତି ବିପଦ ସୃଷ୍ଟି ହେବା ନିଶ୍ଚିତ କଥା । ଗୁରୁତ୍ୱପୂର୍ଣ୍ଣ କଥା ପ୍ରଫେଶନାଲଙ୍କ ଟାଟୁ ପାର୍ଲରରୁ ହିଁ ଟାଟୁ ତିଆରି କରିବା ଭଲ । କାରଣ ସେମାନେ ସବୁ ପ୍ରକାର ସୁସ୍ଥତା ମେଣ୍ଟେନ କରୁଛନ୍ତି ବୋଲି ଗାଜିଆବାଦର ପ୍ରକ୍ଷାତ ଡାକ୍ତର ଖୁରାନା କହିଛନ୍ତି । ଆମ ପୂର୍ବପୁରୁଷମାନେ ଟାଟୁ କରୁଥିଲେ । ଟୁଟୁ ବର୍ତ୍ତମାନର ଫ୍ୟାଶନ୍ ଆଦୌ ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ସ୍ଥିତି ବଦଳିଯାଇଛି । ସତର୍କ ନ ହେଲେ ବିଭିନ୍ନ ପ୍ରକାର ରୋଗ ହେବାର ଅଧିକ ଆଶଙ୍କା ରହିଛି । ସେଥିପାଇଁ ଟାଟୁ କରିବାକୁ ଯୋଜନା କରୁଥିଲେ ଉପର ଲିଖିତ କଥା ଗୁଡ଼ିକୁ ଭଲଭାବେ ଭୁଝିବା ଜରୁରୀ ।